ବିଏମ୍‌ସି ଡ୍ରାମା: ବୈଠକ ମଝିରେ ଧାରଣା ଦେଲେ, ସମସ୍ତଙ୍କୁ କଙ୍କାଳେ ଝାଡ଼ିଲେ, ଇସ୍ତଫା ଦେଇ ଚାଲିଗଲେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପାଟିତୁଣ୍ଡ ହୋହାଲ୍ଲା ଭିତରେ ଗୃହୀତ ହୋଇଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ। ଚଳିତ ବର୍ଷ ୨୮୬ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଯେଉଁଥିରେ ସହରର ପାଣି ସମସ୍ୟା ସହ ଲୋକଙ୍କ ଅଭିଯୋଗକୁ କିଭଳି ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ, ସେନେଇ ଯୋଜନା କରାଯାଉଛି। ତେବେ ବୈଠକ ମଝିରେ ଓ୍ୱାର୍ଡ ପୁନର୍ଗଠନକୁ ବିରୋଧ କରି ଜଣେ ବିଜେପି କର୍ପୋରେଟର ଧାରଣା ଦେଇଥିବା ବେଳେ ନିଜ ପଦରୁ ଇସ୍ତଫା […]

bmc congress councillor region

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 07:19 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପାଟିତୁଣ୍ଡ ହୋହାଲ୍ଲା ଭିତରେ ଗୃହୀତ ହୋଇଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ। ଚଳିତ ବର୍ଷ ୨୮୬ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଯେଉଁଥିରେ ସହରର ପାଣି ସମସ୍ୟା ସହ ଲୋକଙ୍କ ଅଭିଯୋଗକୁ କିଭଳି ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ, ସେନେଇ ଯୋଜନା କରାଯାଉଛି। ତେବେ ବୈଠକ ମଝିରେ ଓ୍ୱାର୍ଡ ପୁନର୍ଗଠନକୁ ବିରୋଧ କରି ଜଣେ ବିଜେପି କର୍ପୋରେଟର ଧାରଣା ଦେଇଥିବା ବେଳେ ନିଜ ପଦରୁ ଇସ୍ତଫା ଦେଇଥିଲେ କଂଗ୍ରେସ କର୍ପୋରେଟର।

ବ୍ରହ୍ମପୁର ମହାନଗର ନିଗମ ପାଇଁ ଚଳିତ ବର୍ଷ ହେଉଛି ନିର୍ବାଚନୀ ବର୍ଷ। ତେଣୁ ଉଭୟ ଶାସକ ଓ ବିରୋଧୀ କର୍ପୋରେଟରଙ୍କ ମଧ୍ୟରେ ଆଗାମୀ ଜିତାପଟକୁ ନେଇ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ଆଉ ଏସବୁ ଭିତରେ ନିଗମର ଆଗାମୀ ଆର୍ଥିକ ବର୍ଷ ପାଇଁ ଗୃହୀତ ହୋଇଯାଇଛି ବଜେଟ୍। ବୁଧବାର ସନ୍ଧ୍ୟାରେ ହୋଇଥିବା ଏହି ବୈଠକରେ  ଆରମ୍ଭରୁ ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ଆଟାକିଂ ମୁଡ଼ରେ ଥିବାର ଦେଖିବାକୁ ମିଳିଥିଲା। କଥା କଟା କଟି ଭିତରେ ନିଜ ୱାର୍ଡ଼ ପ୍ରତି ଅବହେଳା କରାଯାଇଥିବା ଅଭିଯୋଗରେ ୩୪ ନମ୍ବର ୱାର୍ଡ଼ କଂଗ୍ରେସ କର୍ପୋରେଟର ବି. ଶ୍ରୀନିବାସ ରାଓ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେପଟେ  ୱାର୍ଡ଼ ପୁର୍ନଗଠନକୁ ବିରୋଧ କରି ଗୃହ ଭିତରେ ଧାରଣା ଦେଇଥିଲେ ବିଜେପି କର୍ପୋରେଟର ନମିତ ପଣ୍ଡା। ତାଙ୍କର ଅଭିଯୋଗ ଶାସକ ବିଜେଡ଼ିକୁ ସୁହାଇବା ପରି ୱାର୍ଡ଼ ପୁର୍ନଗଠନ କରାଯାଇଛି।  ତେବେ ବଜେଟକୁ ଶାସକ କର୍ପୋରେଟର ସ୍ୱାଗତ କରିଥିବା ବେଳେ କଂଗ୍ରେସ ଓ ବିଜେପି କର୍ପୋରେଟରଙ୍କ ଅଭିଯୋଗକୁ ହାସ୍ୟାସ୍ପଦ ବୋଲି କହିଥିଲେ।

ଚଳିତ ବର୍ଷ ବ୍ରହ୍ମପୁରରେ ହେବ ପୌର ନିର୍ବାଚନ। ଏଣୁ ଶାସକ ବିଜେଡ଼ି ପୁଣି ଥରେ ବାଜି ମାରିନେବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରୁନିଥିବା ଦେଖିବାକୁ ମିଳିଛି। ବଜେଟ୍ ସଂପର୍କିତ ବୈଠକରେ ବ୍ରହ୍ମପର ସାଂସଦଙ୍କ ସହ ବିଧାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ କର୍ପୋରେଟରଙ୍କ ସହ ଆଲୋଚନା କରିଥିଲେ। ଚଳିତବର୍ଷ ୨୮୬କୋଟି ଟଙ୍କାର ବଜେଟ୍ ମଞ୍ଜୁର ହୋଇଛି ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେପଟେ ସୀମିତ ସମ୍ବଳରେ ଲୋକଙ୍କୁ କିପରି ଉତ୍ତମ ସେବା ଯୋଗା ଯାଇ ପାରିବ ତାହା ହିଁ ନିଗମ ପାଇଁ ଚ୍ୟାଲେଞ୍ଜ୍ ବୋଲି ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି।

Related story