ଆଜି ଶୁକ୍ରବାର, ସାଇକେଲ ଧରିଲେ କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ ପରେ ଆଜି ସାଇକେଲରେ ଅଫିସ ଆସିଛନ୍ତି କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ।  କିଛି କର୍ମଚାରୀ ଚାଲି ଚାଲି ମଧ୍ୟ ଆସିଛନ୍ତି ।ପରିବେଶ ପ୍ରଦୂଷଣ ରୋକିବାକୁ ସପ୍ତାହର ପ୍ରତି ଶୁକ୍ରବାର ସମସ୍ତ କର୍ମଚାରୀ ସାଇକେଲ କିମ୍ବା ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର ।  ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ […]

cycle-1-1

Niharika Rout
  • Published: Friday, 13 December 2019
  • , Updated: 13 December 2019, 12:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ ପରେ ଆଜି ସାଇକେଲରେ ଅଫିସ ଆସିଛନ୍ତି କର୍ମଚାରୀଙ୍କଠୁ ଆରମ୍ଭ କରି ଅଧିକାରୀ।  କିଛି କର୍ମଚାରୀ ଚାଲି ଚାଲି ମଧ୍ୟ ଆସିଛନ୍ତି ।ପରିବେଶ ପ୍ରଦୂଷଣ ରୋକିବାକୁ ସପ୍ତାହର ପ୍ରତି ଶୁକ୍ରବାର ସମସ୍ତ କର୍ମଚାରୀ ସାଇକେଲ କିମ୍ବା ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର । 

ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ  ପ୍ରତି ଶୁକ୍ରବାର ଏଭଳି କରିବାକୁ ତିନି ସଂସ୍ଥା ନିଜ ନିଜର କର୍ମଚାରୀଙ୍କ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଶୁକ୍ରବାର ଦିନ ଅଫିସ୍‌କୁ କୌଣସି ମୋଟର ଚାଳିତ ଗାଡି ନନେଇ ଆସିବାକୁ କର୍ମଚାରୀଙ୍କୁ କୁହାଯାଇଥିଲା ।

ଏହି ନିର୍ଦ୍ଦେଶ ଅନୁସାରେ କର୍ମଚାରୀମାନେ ଆଜି ସାଇକେଲରେ ଅଫିସ ଆସିଥିଲେ । ଯେଉଁ କର୍ମଚାରୀ ସାଇକେଲ ଆଣିନଥିଲେ ସେମାନେ ଚାଲିଚାଲି ଆସିଥିଲେ । ପରିବେଶ ପ୍ରଦୂଷଣ ରୋକିବା ସହ ଭୁବନେଶ୍ୱର ସହରକୁ ସଫାସୁତୁରା ରଖିବା ଲାଗି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଆଜି ପ୍ରାୟ ହଜାରେ ବାଇକ୍ ସହ ଅଫିସର ବ୍ୟବହାର କରୁଥିବା ୨୦୦ କାର୍ ମଧ୍ୟ ବନ୍ଦ ରହିଛି।

Related story