ନଜର ରଖିବ ସିସିଟିଭି; ଜଳିବ ଗ୍ରୀନ୍ ଓ ରେଡ୍ ଲାଇଟ୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ବିଏମ୍‌ସି (ବ୍ରହ୍ମପୁର ମହାନଗର ନିଗମ) ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ସହରର ୫ଟି ସ୍ଥାନରେ ‘ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍’ ଆରମ୍ଭ କରାଯିବ। ପ୍ରଥମେ ସହରର ଟାଟାବେଞ୍ଜ ଛକ, ପି.ଭି.ଏନ୍. ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ ଛକ, ଗେଟ୍‌ ବଜାର ଓ କୋର୍ଟପେଟା ଛକରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ସେଠାରେ ସିସିଟିଭି କ୍ୟାମେରା ସହ ଅଟୋମେଟେଡ୍‌ ସୋଲାର ଟ୍ରାଫିକ୍‌ ଲାଇଟ୍ ଲାଗିବ। ଟ୍ରାଫିକ୍‌ରେ […]

jagannath

jagannath

Jitendra Garnayak
  • Published: Monday, 11 February 2019
  • Updated: 11 February 2019, 01:38 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ବିଏମ୍‌ସି (ବ୍ରହ୍ମପୁର ମହାନଗର ନିଗମ) ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ସହରର ୫ଟି ସ୍ଥାନରେ ‘ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍’ ଆରମ୍ଭ କରାଯିବ।

ପ୍ରଥମେ ସହରର ଟାଟାବେଞ୍ଜ ଛକ, ପି.ଭି.ଏନ୍. ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ ଛକ, ଗେଟ୍‌ ବଜାର ଓ କୋର୍ଟପେଟା ଛକରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ସେଠାରେ ସିସିଟିଭି କ୍ୟାମେରା ସହ ଅଟୋମେଟେଡ୍‌ ସୋଲାର ଟ୍ରାଫିକ୍‌ ଲାଇଟ୍ ଲାଗିବ। ଟ୍ରାଫିକ୍‌ରେ ଗହଳିକୁ ଦେଖି ଗ୍ରୀନ୍ ଓ ରେଡ୍ ଲାଇଟ୍‌ ଜଳିବ।

ବିଏମ୍‌ସି ଅଫିସରେ ଏହାର ମୁଖ୍ୟ କଣ୍ଟ୍ରୋଲ୍‌ ରୁମ୍ ରହିବ। ବ୍ରହ୍ମପୁର ପୁଲିସ୍‌ ମୁଖ୍ୟାଳୟ ଓ ଆରଟିଓ ଅଫିସ୍‌କୁ ଏହାର ଲାଇଭ୍‌ ଫିଡ୍ ଦିଆଯିବ।

ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କୁ ସିଧାସଳଖ ଇ-ବାହାନ ଯୋଗେ ଚାଲାଣ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos