ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ବୁଢ଼ାବଳଙ୍ଗ ହଳଦିଆ ଘାଟରେ ଡଙ୍ଗା ଓଲଟିବା ଘଟଣାରେ ସମସ୍ତ ୩୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ରେମୁଣା ବ୍ଲକ ପଦମପୁର ହଳଦିଆ ଘାଟରେ ବୁଡ଼ିଥିଲା ଡଙ୍ଗାଟି ବୁଡ଼ି ଯାଇଥିଲା। କୂଳ ଛାଡ଼ିବାର କିଛି ବାଟ ଗଲା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୧୫/୨୦ ଜଣ କୂଳକୁ ପଳାଇ ଆସିଛନ୍ତି। ଡଙ୍ଗାରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରେମୁଣା ବ୍ଲକର ନିଜାମପୁର ହଳଦିଆ ଘାଟରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଡଙ୍ଗାରେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ନଦୀ ଆରପାରିକୁ ଯାଉଥିଲେ। ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡ଼ିଥବାର ଅନୁମାନ କରାଯାଉଛି।