ବାଲିଗଦା ଭିତରୁ ମିଳିଲା ବୃଦ୍ଧଙ୍କ ମୃତଦେହ, ଇଟାରେ ଛେଚି ହତ୍ୟା ସନ୍ଦେହ

ରାଇରଙ୍ଗପୁର (ରାଜେଶ ଶର୍ମା): ବାଲି ଭିତରୁ ମିଳିଲା ମୃତଦେହ। ପଥରରେ ଛେଚି ହତ୍ୟା କରିବା ପରେ ଜଣେ ବୃଦ୍ଧଙ୍କ ମୃତଦେହକୁ ବାଲି ଭିତରେ ଲୁଚାଇ ଦିଆଯାଇଥିଲା। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଓ ରକ୍ତ ଭିଜା ଇଟା ଜବତ କରି ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଆଜି ସକାଳେ ଦାମୁଡ଼ିଗୁଡ଼ା ଗାଁର ମନସୁକ ମହାନ୍ତ(୬୫) ଶୌଚ ପାଇଁ ବାହାରକୁ ଯାଇଥିଲେ। ମାତ୍ର […]

rairangpur

Manoranjan Sial
  • Published: Monday, 01 July 2019
  • , Updated: 01 July 2019, 06:11 PM IST

ରାଇରଙ୍ଗପୁର (ରାଜେଶ ଶର୍ମା): ବାଲି ଭିତରୁ ମିଳିଲା ମୃତଦେହ। ପଥରରେ ଛେଚି ହତ୍ୟା କରିବା ପରେ ଜଣେ ବୃଦ୍ଧଙ୍କ ମୃତଦେହକୁ ବାଲି ଭିତରେ ଲୁଚାଇ ଦିଆଯାଇଥିଲା। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଓ ରକ୍ତ ଭିଜା ଇଟା ଜବତ କରି ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଆଜି ସକାଳେ ଦାମୁଡ଼ିଗୁଡ଼ା ଗାଁର ମନସୁକ ମହାନ୍ତ(୬୫) ଶୌଚ ପାଇଁ ବାହାରକୁ ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇ ନଥିଲେ। ତେବେ କିଛି ସମୟ ମଧ୍ୟରେ କେ.ସି.ବି.କେ ମହାବିଦ୍ୟାଳୟ ପରିସରରେ ଗଦା ହୋଇଥିବା ବାଲି ଭିତରୁ ଶ୍ରୀ ମହାନ୍ତଙ୍କ ମୃତଦେହ ମିଳିଥିଲା। ମହାବିଦ୍ୟାଳୟର ନିର୍ମାଣାଧୀନ କୋଠା କାମରେ ନିୟୋଜିତ ଶ୍ରମିକମାନେ ବାଲି ଆଣିବାକୁ ଗଲାବେଳେ ଏକ ରକ୍ତାକ୍ତ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ମହାବିଦ୍ୟାଳୟରେ ପହଞ୍ଚି ବାଲି ଭିତରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ କ୍ୟାମ୍ପସ ଭିତରେ ପାଚେରୀ ପାଖରୁ ଗୋଟିଏ ଦାନ୍ତ ଓ ରକ୍ତ ଭିଜା ଇଟା ଜବତ କରିଛି। ତେଣୁ ମନସୁକ୍‌ଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଅଭିଯୋଗରୁ ପ୍ରକାଶ, ଜମିଜମାକୁ ନେଇ ମନସୁକଙ୍କର କିଛି ଲୋକଙ୍କ ସହ ବିବାଦ ଲାଗି ରହିଥିଲା। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ। ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ଘନଘନ ଜେରା କରୁଛି।

Related story