ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାରେ ଲାଗୁନି ବ୍ରେକ୍, ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାରେ ଲାଗୁନି ବିରାମ। ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀଙ୍କ ଜୀବନ ହାରିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହି କ୍ରମରେ ଆଜି ପୁଣି ଜଣେ ଯୁକ୍ତ ଦୁଇ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଛାତ୍ରଙ୍କ ମୃତଦେହ ଭୁବନେଶ୍ୱର ସ୍ଥିତି ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ସୂର୍ଯ୍ୟ ପ୍ରକାଶ ପଲେଇ। ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ […]

deadbody

  • Published: Tuesday, 13 September 2022
  • , Updated: 13 September 2022, 01:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାରେ ଲାଗୁନି ବିରାମ। ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀଙ୍କ ଜୀବନ ହାରିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହି କ୍ରମରେ ଆଜି ପୁଣି ଜଣେ ଯୁକ୍ତ ଦୁଇ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଛାତ୍ରଙ୍କ ମୃତଦେହ ଭୁବନେଶ୍ୱର ସ୍ଥିତି ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ସୂର୍ଯ୍ୟ ପ୍ରକାଶ ପଲେଇ। ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ ।

ଗତକାଲି ସୂର୍ଯ୍ୟ ପ୍ରକାଶ ନିଜ ରୁମ୍‌ରେ କବାଟ ଦେଇ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଛାତ୍ର ଜଣଙ୍କ ଫ୍ୟାନରେ ଝୁଲିଥିବା ହଷ୍ଟେଲର କିଛି ଛାତ୍ର ଦେଖିଥିଲେ। ଏନେଇ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ହଷ୍ଟେଲ ୱାର୍ଡେନ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ। ପରେ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେବା ସହ ସୂର୍ଯ୍ୟ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।

ସୂର୍ଯ୍ୟ ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କଲେଜ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଜଣାଯାଇଥିଲା ବୋଲି ପରିବାର ଲୋକ କହିଛନ୍ତି। ଗତକାଲି  ରାତିରେ  ପରିବାର ଲୋକ ହଷ୍ଟେଲରେ ପହଞ୍ଚି ପୁଅର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ତେବେ ଛାତ୍ର ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।  ସୂର୍ଯ୍ୟ ପ୍ରକାଶ ୨୨ ଦିନ ହେବ  ହଷ୍ଟେଲରେ ରହିବାକୁ ଆସିଥିଲେ।

କିଛି ଦିନ ତଳେ ଚନ୍ଦ୍ରଶେଖରପୁର ରେଲୱେ କଲୋନୀରୁ ଜଣେ ବିଟେକ୍‌ ପାସ କରିଥିବା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଘରେ କେହି ନଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ।

କିଛି ମାସ ତଳେ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ହଷ୍ଟେଲ୍‌ ରୁମ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।। ସିନିଅର ଛାତ୍ରୀଙ୍କ ନିର୍ଯାତନା ସହି ନପାରି ରୁଚିକା ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ।। ସେହିପରି ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏହାସହ ଭୁବନେଶ୍ୱର ସ୍ଥିତ ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲରୁ ଜଣେ ନର୍ସିଂ ଛାତ୍ରୀ଼ଙ୍କ ଝୁଲନ୍ତା ମୃତଦେହ ମଧ୍ୟ ଉଦ୍ଧାର  କରାଯାଇଥିଲା।

Related story