ଛାତ ଉପରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଘର ଛାତ ଉପରୁ ଜଣେ ଯୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଗାଁରେ। ଯୁବକଙ୍କ ମୁଣ୍ଡକୁ ଦୁର୍ବୃତ୍ତ ପଥର କିମ୍ବା ଅନ୍ୟ କୌଣସି ଓଜନିଆ ଜିନିଷରେ ଛେଚି ହତ୍ୟା କରିଛି। ମୃତ ଯୁବକ ଜଣଙ୍କ ହେଲେ ରଘୁନାଥ ମହାରଣା। ରଘୁନାଥଙ୍କ ମୃତଦେହ ନିକଟରେ ତାଙ୍କ ମୋବାଇଲ ପଡ଼ିଥିଲା। ଗତକାଲି ରଘୁନାଥ ଗାଁରେ ଜଣଙ୍କ ଘର ଛାତ ଉପରେ ଶୋଇଥିଲେ। ଆଜି […]

DeadBody

  • Published: Thursday, 04 August 2022
  • , Updated: 04 August 2022, 02:30 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଘର ଛାତ ଉପରୁ ଜଣେ ଯୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଗାଁରେ। ଯୁବକଙ୍କ ମୁଣ୍ଡକୁ ଦୁର୍ବୃତ୍ତ ପଥର କିମ୍ବା ଅନ୍ୟ କୌଣସି ଓଜନିଆ ଜିନିଷରେ ଛେଚି ହତ୍ୟା କରିଛି। ମୃତ ଯୁବକ ଜଣଙ୍କ ହେଲେ ରଘୁନାଥ ମହାରଣା। ରଘୁନାଥଙ୍କ ମୃତଦେହ ନିକଟରେ ତାଙ୍କ ମୋବାଇଲ ପଡ଼ିଥିଲା।

ଗତକାଲି ରଘୁନାଥ ଗାଁରେ ଜଣଙ୍କ ଘର ଛାତ ଉପରେ ଶୋଇଥିଲେ। ଆଜି ସକାଳେ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ସେମାନେ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ।

ରଘୁନାଥଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ରଘୁନାଥଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନାହିଁ।

 

Related story