ଇଏ ସେହି ଜୋତା

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଇଏ ସେହି ଜୋତା ।  ଯାହା ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପୁର ଉପନିର୍ବାଚନୀ ପ୍ରଚାର ଲାଗି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ତାଙ୍କ ଉପରକୁ ଚପଲ ଫିଙ୍ଗା ହୋଇଥିଲା। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନ ଥିଲା। ଚପଲ ଦୁଇଟିକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଧରିନେଇଥିଲେ। ଆଉ ସେହି ଚପଲ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ  ଅଞ୍ଚଳରେ ଖୁବ୍‌ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେଉଛି।  ତେବେ […]

jota

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 09:24 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଇଏ ସେହି ଜୋତା ।  ଯାହା ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପୁର ଉପନିର୍ବାଚନୀ ପ୍ରଚାର ଲାଗି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ତାଙ୍କ ଉପରକୁ ଚପଲ ଫିଙ୍ଗା ହୋଇଥିଲା। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନ ଥିଲା। ଚପଲ ଦୁଇଟିକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଧରିନେଇଥିଲେ। ଆଉ ସେହି ଚପଲ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ  ଅଞ୍ଚଳରେ ଖୁବ୍‌ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେଉଛି।  ତେବେ ଗତକାଲିର ଘଟଣାକୁ  ବିଭନ୍ନମହଲରେ ତୀବ୍ର ନିନ୍ଦା ପ୍ରକାଶ କରାଯାଇଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ସୂଚନା ଯୋଗ୍ୟ ଯେ, ବରପାଲିର କୁମ୍ଭାରୀରେ ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବା ଆରମ୍ଭ ସମୟରେ ତାଙ୍କୁ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ଦୁଇଟି ଚପଲ ଫିଙ୍ଗିଥିଲେ।  ପରେ ଲୋକେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ବରପାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

Related story