ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଏତଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆଜି ବୋଲଗଡ଼ ତହସିଲଦାର ନୀହାରିକା ନାୟକ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଖୋର୍ଦ୍ଧା ଏସ୍‌ପିଙ୍କ ନିକଟରେ ଏତଲା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଏଏସ୍‌ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ୍‌ ଅଫିସର ଯୋଗଦେଇ ଥିଲେ। ଏଥିରେ ବୋଲଗଡ଼ ତହସିଲଦାର ନୀହାରିକାଙ୍କୁ ବିଧାୟକ ଜଗଦ୍ଦେବଙ୍କ ମାଡ଼ ଘଟଣା ଉପରେ ଆଲୋଚନା ହୋଇଥିଲା। ସଂଘର ନିଷ୍ପତ୍ତି ପରେ […]

prasant-jagadeb

Rakesh Mallick
  • Published: Wednesday, 02 November 2016
  • , Updated: 03 November 2016, 08:54 AM IST

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆଜି ବୋଲଗଡ଼ ତହସିଲଦାର ନୀହାରିକା ନାୟକ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଖୋର୍ଦ୍ଧା ଏସ୍‌ପିଙ୍କ ନିକଟରେ ଏତଲା ଦେଇଛନ୍ତି।

ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଏଏସ୍‌ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ୍‌ ଅଫିସର ଯୋଗଦେଇ ଥିଲେ। ଏଥିରେ ବୋଲଗଡ଼ ତହସିଲଦାର ନୀହାରିକାଙ୍କୁ ବିଧାୟକ ଜଗଦ୍ଦେବଙ୍କ ମାଡ଼ ଘଟଣା ଉପରେ ଆଲୋଚନା ହୋଇଥିଲା। ସଂଘର ନିଷ୍ପତ୍ତି ପରେ ତହସିଲଦାର ନୀହାରିକା ଏସ୍‌ପିଙ୍କ ନିକଟରେ ଏତଲା ଦେଇଥିଲେ। ଏହି ସମୟରେ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଗତ ୧ ତାରିଖରେ ତହସିଲଦାର ନିହାରିକା ନାୟକ କହିଥିଲେ,“ଜବରଦଖଲ ଉଚ୍ଛେଦ କରିବା ପାଇଁ ୩୧ ତାରିଖ ରାତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୋତେ ବାଧ୍ୟ କରିଥିଲେ। ସକାଳେ ମାପଚୁପ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି ମୁଁ କହିଥିଲି। ତେବେ ବିରକ୍ତ ହୋଇ ସେ ଘଟଣାସ୍ଥଳରେ ଥିବା ଏକ ଲଣ୍ଠନ ଫୋପାଡ଼ି ଦେଇଥିଲେ। ତାହା ମୋ ଦେହରେ ବାଜି ଥିଲା।”

Related story