କୋଇଲା ବେଲ୍ଟ ଖସି ବଏଲର୍ ଅପରେଟରଙ୍କ ମୃତ୍ୟୁ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବାଲଗୋପାଳପୁର ସ୍ଥିତ ଇମାମୀ ପେପର୍ ମିଲ୍‌ରେ ଅଘଟଣ ଘଟିଛି। ମିଲ୍‌ର ପାୱାର ପ୍ଲାଣ୍ଟ୍‌ରେ କୋଇଲା ବେଲ୍ଟ ଖସିପଡିବାରୁ ଜଣେ ବଏଲର୍ ଅପରେଟରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ହେଲେ ଅଜିତ୍ ନାୟକ। ତାଙ୍କ ଘର ବାଲେଶ୍ୱର ସିମୁଳିଆରେ।

ଆଜି ସକାଳେ ଅଜିତ ପାୱାର ପ୍ଲାଣ୍ଟରେ କାମ କରୁଥିଲେ। ହଠାତ ତାଙ୍କ ଉପରେ କୋଇଲା ବେଲ୍ଟ ଖସି ପଡିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ଜବତ ଗାଡ଼ି ଖତ ହେଉଛି; ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ନରସିଂହପୁର ଟାଉନ ଶଟ୍‌ଡାଉନ୍‌

ପିପିଇ, ମାସ୍କ କିଣା ଦୁର୍ନୀତି: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେନି ହେମନ୍ତ ଶର୍ମା

୫୦ ଫୁଟ୍‌ ଉଚ୍ଚର କେନାଲ ପାଲଟିଛି ଲୋକଙ୍କ ନିତିଦିନିଆ ରାସ୍ତା

ଖୋର୍ଦ୍ଧା ଜିଲ୍ଲାପାଳଙ୍କର ହେଲା କରୋନା ଟେଷ୍ଟ

ଘର ଚଳାଇବା ପାଇଁ ପରିବା ବିକ୍ରି କରୁଛନ୍ତି ଦୁଇ ନାବାଳକ ଭାଇ

ନିର୍ମାଣାଧୀନ ଡ୍ରେନ୍‌ରେ ଖସି ପଡ଼ିଲେ ଯୁବକ; ଛାତିରେ ପଶିଗଲା ଲୁହା ରଡ୍‌

ଛିଡ଼ା ହୋଇଥିଲା ଟ୍ରକ୍,‌ ପଛରେ ପିଟି ହେଲା କାର୍

କନ୍ଧମାଳ ଜିଲ୍ଲାରେ ୧୭ କରୋନା ଯୋଦ୍ଧା ସଂକ୍ରମିତ

ଆସୁଛି ପୁଣି ଏକ ଲଘୁଚାପ; ୯ରୁ ଭିଜିବ ଏହି ସବୁ ଜିଲ୍ଲା