ବଲାଙ୍ଗିର: ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ବିଭାଗୀୟ ଯନ୍ତ୍ରୀଙ୍କୁ ଘେରିଲେ ଆପ୍ କର୍ମୀ

ବଲାଙ୍ଗିର: ବଲାଙ୍ଗିର ସହରରେ ଲାଗି ରହିଥିବା ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଆଜି ଆମ୍ ଆଦମୀ ପାର୍ଟିର କର୍ମୀମାନେ ଘରାଉ କରିଥିଲେ । ସହରରେ ଲୋ ଭୋଲଟେଜ୍ ସମସ୍ୟା ସାଙ୍ଗକୁ ବାରମ୍ୱାର ପାୱାର କଟ ତଥା ବିଭିନ୍ନ ସ୍ଥାନକୁ ବଦ୍ୟୁତ୍ ସଂଯୋଗରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ କରି ଆପ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ୟାଲେସ୍ ଲାଇନ୍ ଦୁର୍ଗା ମଣ୍ଡପ୍ଠାରୁ ଆପ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ […]

aap

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 01:00 PM IST

ବଲାଙ୍ଗିର: ବଲାଙ୍ଗିର ସହରରେ ଲାଗି ରହିଥିବା ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଆଜି ଆମ୍ ଆଦମୀ ପାର୍ଟିର କର୍ମୀମାନେ ଘରାଉ କରିଥିଲେ । ସହରରେ ଲୋ ଭୋଲଟେଜ୍ ସମସ୍ୟା ସାଙ୍ଗକୁ ବାରମ୍ୱାର ପାୱାର କଟ ତଥା ବିଭିନ୍ନ ସ୍ଥାନକୁ ବଦ୍ୟୁତ୍ ସଂଯୋଗରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ କରି ଆପ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ୟାଲେସ୍ ଲାଇନ୍ ଦୁର୍ଗା ମଣ୍ଡପ୍ଠାରୁ ଆପ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେବା ସହ ତାଙ୍କୁ ଘେରାଉ କରିଥିଲେ । ଶୀଘ୍ର ସମସ୍ୟାଗୁଡିକର ସମାଧାନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Related story