ବଲାଙ୍ଗିର ପାର୍ସଲ ବୋମା ଘଟଣାର ଖୋଲୁଛି ଗୁମର, ତଥାପି ପୋଲିସ ହାତ ଖାଲି

ବଲାଙ୍ଗିର(ଓଡିଶା ରିପୋର୍ଟର): ବଲାଙ୍ଗୀର ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ପଛରେ ରହିଛି ସାଂଘାତିକ ଷଡ଼ଯନ୍ତ୍ର। ବାହାଘର ରିସେପ୍ସନ ଦିନ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା ଦୁର୍ବୃତ୍ତ। ଆର୍.କେ.ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଆସିଥିଲା ଏହି ପାର୍ସଲ । ତେବେ କିଏ ଏହି ଆର୍.କେ.ଶର୍ମା ? ମୃତ ସୌମ୍ୟଶେଖର ସାହୁ କିମ୍ବା ତାଙ୍କ ପତ୍ନୀଙ୍କ ସହ କିଛି ଲିଙ୍କ୍ ରହିଛି କି ? ଏଭଳି ପ୍ରାଣଘାତୀ ପାର୍ସଲକୁ ରାୟପୁରରୁ କେମିତି ପାଟଣାଗଡ଼ ଆଣି ପହଞ୍ଚାଇଲା କୋରିୟର୍ ସଂସ୍ଥା? […]

Romeo

Rakesh Mallick
  • Published: Sunday, 25 February 2018
  • , Updated: 26 February 2018, 07:04 AM IST

ବଲାଙ୍ଗିର(ଓଡିଶା ରିପୋର୍ଟର): ବଲାଙ୍ଗୀର ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ପଛରେ ରହିଛି ସାଂଘାତିକ ଷଡ଼ଯନ୍ତ୍ର। ବାହାଘର ରିସେପ୍ସନ ଦିନ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା ଦୁର୍ବୃତ୍ତ। ଆର୍.କେ.ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଆସିଥିଲା ଏହି ପାର୍ସଲ । ତେବେ କିଏ ଏହି ଆର୍.କେ.ଶର୍ମା ? ମୃତ ସୌମ୍ୟଶେଖର ସାହୁ କିମ୍ବା ତାଙ୍କ ପତ୍ନୀଙ୍କ ସହ କିଛି ଲିଙ୍କ୍ ରହିଛି କି ? ଏଭଳି ପ୍ରାଣଘାତୀ ପାର୍ସଲକୁ ରାୟପୁରରୁ କେମିତି ପାଟଣାଗଡ଼ ଆଣି ପହଞ୍ଚାଇଲା କୋରିୟର୍ ସଂସ୍ଥା? ଏହାକୁ ନେଇ ପୋଲିସ ଖୋଳତାଡ଼ ଜାରି ରଖିଥିବାବେଳେ ଏସ୍‌ସିବିରେ ଜୀବନ ସହ ସଂଗ୍ରାମ କରୁଛନ୍ତି ସୌମ୍ୟଙ୍କ ନବବିବାହିତା ପତ୍ନୀ ରୀନାରାଣୀ।

ଏପଟେ ପାଟଣାଗଡ଼ ପୋଲିସ ପହଞ୍ଚିଛି ରାୟପୁର ସହରରେ। ଫେବୃୟାରୀ ୧୫ରେ ସ୍କାଏକିଙ୍ଗ ଏହି ପାର୍ସଲକୁ ରିସିଭ୍ କରି ପଠାଇଥିବାବେଳେ ୧୮ ରେ ସମ୍ବଲପୁର ଓ ପରେ ବଲାଙ୍ଗିର ଏବଂ ୨୦ରେ ପହଞ୍ଚିଥିଲା ପାଟଣାଗଡ଼। କିନ୍ତୁ ଡେଲିଭରୀ କରାଗଲା ୨୩ ତାରିଖରେ। ପ୍ରେରକର ନାଁ ଥିଲା ଆର୍.କେ.ଶର୍ମା । ନିୟମ କହୁଛି, ରାଜ୍ୟ ବାହାରକୁ ପଠାଯାଉଥିବା ପାର୍ସଲରେ DECLARATION ରହିବା କଥା । ଆଉ ୨ କେଜିରୁ ଅଧିକ ଥିଲେ ଆଧାର ଲିଙ୍କ କରାଯିବା କଥା। କିନ୍ତୁ ଏହି ପାର୍ସଲରେ ନା ଥିଲା DECLARATION  ନା କରାଯାଇଥିଲା ଆଧାର ଲିଙ୍କ୍ ।

ତେବେ ଆର୍.କେ.ଶର୍ମା ନାଁରେ ୨୦ ତାରିଖରେ ପାଟଣାଗଡ଼ରେ ପହଞ୍ଚିଥିବା ପାର୍ସଲ୍ ବମ୍‌ ଷଡଯନ୍ତ୍ରରୁ ସ୍ପଷ୍ଟ ହେଉଛି ଯେ, ସୌମ୍ୟଙ୍କ ରିସେପସନ ପାର୍ଟିକୁ ହିଁ କରାଯାଇଥିଲା ଟାର୍ଗେଟ୍ । ହେଲେ ଅତିଥିଙ୍କ ସମାଗମ ଯୋଗୁ ପାର୍ସଲକୁ ୨୦ ବଦଳରେ ୨୩ରେ ଡେଲିଭରି କରିଥିଲେ ପାଟଣାଗଡ଼ ସ୍କାଏକିଙ୍ଗ କୋରିୟରର କର୍ମଚାରୀ। ତେବେ କିଏ ଏହି ଆର୍.କେ.ଶର୍ମା ? ରୀନାରାଣୀ କିମ୍ବା ସୌମ୍ୟଶେଖରଙ୍କ ସହ ଏହି ନାମଧାରୀ ବ୍ୟକ୍ତିଙ୍କର କ’ଣ କିଛି ଲିଙ୍କ୍ ଅଛି କି ? ଏ ନେଇ ଉଠିଛି ପ୍ରଶ୍ନବାଚୀ।

Related story