ପାର୍ସଲ ବୋମା ବିସ୍ଫୋରଣ ଘଟଣା, ସୁସ୍ଥ ହୋଇ ଡାକ୍ତରଖାନା ଛାଡିଲେ ରିମା

କଟକ(ଓଡିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣରେ ଆହତ ରିମାରାଣୀ ସାହୁ ଆଜି କଟକ ଏସ୍‌ସିବି  ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସେ ପାଟଣାଗଡ଼ ଫେରିଯାଇଛନ୍ତି । ଏଣିକି ବାପ ଘରେ ରହିବେ। ବିସ୍ଫୋରଣରେ ଗୁରୁତର ଆହତ ରିମାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଅଣା ଯାଇଥିଲା।  ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି ଏହି କଥା କହିଛନ୍ତି।  ତାସହ ଚକ୍ଷୁ ଓ କର୍ଣ୍ଣ-ନାସା-ଗଳା ବିଭାଗରୁ ମଧ୍ୟ ରିମାଙ୍କୁ କ୍ଲିୟରାନ୍ସ ମିଳିଛି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ସତ୍ତ୍ୱେ ଏଯାଏଁ ଘଟଣାର ଅଭିଯୁକ୍ତ କିଏ ତାହା ରହସ୍ୟ ଘେରରେ ରହିଛି। ଖୁବ୍‌ଶିଘ୍ର ଅଭିଯୁକ୍ତଙ୍କ ଧରାଯାଉ ବୋଲି କହିଛନ୍ତି ରିମା।