ଭିପି ସିଂଙ୍କ ନାତୁଣୀଙ୍କୁ ବାହା ହେଲେ ବଲାଙ୍ଗିର ରାଜକୁମାର

Ordigital Desk
  • Published: Sunday, 26 November 2017
  • , Updated: 26 November 2017, 09:52 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିପି ସିଂଙ୍କ ନାତୁଣୀଙ୍କ ସହ ବଲାଙ୍ଗିର ରାଜକୁମାରଙ୍କ ବାହାଘର ହୋଇଛି। ଭିପି ସିଂଙ୍କ ନାତୁଣୀ ହେଉଛନ୍ତି ଉତ୍ତରପ୍ରଦେଶର ମାଣ୍ଡା ରାଜବଂଶର ରାଜକୁମାରୀ ଅଦ୍ରିଜା ମଞ୍ଜରୀ ସିଂ। ବଲାଙ୍ଗିର ରାଜକୁମାର ତଥା ସାଂସଦ ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ କେଶରୀଙ୍କ ବିବାହ ତାଙ୍କ ସହ ସମ୍ପନ୍ନ ହୋଇଛି।</p> <p>ଗତ ୨୩ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଭି.ପି. ସିଂଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜକୀୟ ଆଡମ୍ବରରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ରାଜକୀୟ ପରମ୍ପରା ଅନୁଯାୟୀ ପ୍ରଥମେ ହଳଦୀ ଉତ୍ସବ, ତିଳକ ଉତ୍ସବ ଏବଂ ଶେଷରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିବାହ ଉତ୍ସବରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।</p>

Related story