ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଆଜି ବଲାଙ୍ଗିର ବନ୍ଦ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି । ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ଗୋବିନ୍ଦ […]

bolangiri banda

bolangiri banda

Niharika Rout
  • Published: Thursday, 21 October 2021
  • Updated: 21 October 2021, 07:52 AM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି ।

ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ଗୋବିନ୍ଦ ସାହୁ ସହିତ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର । ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛି ବିଜେପି ।

ସୂଚନାଯୋଗ୍ୟ,  ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଅଧିକ ଖୋଳତାଡ଼ ଚଳାଇଛି ପୁଲିସ୍‌ । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନଭିନ୍‌ ଚଳାଇଛି ପୁଲିସ । ଜବତ ହୋଇଥିବା ଅଭିଯୁକ୍ତ ଗୋବିନ୍ଦଙ୍କ କାର୍ ଓ ପାରିପାର୍ଶ୍ୱିକ ସ୍ଥିତିର ବି ଅନୁଧ୍ୟାନ ଚାଲିଛି । ଅଧିକ ପ୍ରମାଣ ହାସଲ ପାଇଁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ସାମଗ୍ରୀକୁ ଫୋରେନ୍ସିକ୍ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଇବାକୁ ଯୋଜନା ରହିଛି ।

ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡ ପାଇଁ ବଙ୍ଗୋମୁଣ୍ଡା JMFC କୋର୍ଟ ଅନୁମତି ଦେଇଛନ୍ତି । ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ  ବିଭିନ୍ନ ଦିଗରୁ ପଚରାଉଚରା କରିବ ପୁଲିସ୍‌ । ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି DIG କହିଛନ୍ତି ।

ଗୋବିନ୍ଦର ପରକୀୟା ପ୍ରୀତି ବିଷୟରେ ଜାଣିବା ଏବଂ ଏହାକୁ ପ୍ରଘଟ କରିଦେବାର ଧମକ ଦେଇଥିବାରୁ ମମିତାଙ୍କୁ ଯୋଜନା ବଦ୍ଧ ଭାବେ ଗୋବିନ୍ଦ ହତ୍ୟା କରିଥିବା ଗତକାଲି ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଥିଲେ । ତେବେ ଗୋବିନ୍ଦର କାହା ସହ ଥିଲା ପରକୀୟା ପ୍ରୀତି ସେ ନେଇ ଏବେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ,  ମହାଲିଙ୍ଗ କଲେଜ ଅଧ୍ୟକ୍ଷଙ୍କ  ସହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ନିବିଡ଼ ସଂପର୍କ  ଥିବା ଅଭିଯୋଗ ଅଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେପି । ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ଗୁଣଗାନ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି ଗୋବିନ୍ଦ ସାହୁ।  ଗୋବିନ୍ଦ ସାହୁଙ୍କ କହିବାନୁଯାୟୀ,  ମନ୍ତ୍ରୀ ରିତିମତ କଲେଜକୁ ଆସୁଥିଲେ, ଭଲମନ୍ଦ ବୁଝୁଥିଲେ, ପିଲାଙ୍କୁ ଉତ୍ସାହିତ କରୁଥିଲେ । ଏହି ଭିଡିଓରେ ଗୋବିନ୍ଦ ମନ୍ତ୍ରୀଙ୍କ ଜୟଗାନ କରୁଥିବା ବେଳେ ତାଙ୍କ ଫଟୋ ମଧ୍ୟ ଭିଡିଓରେ ସଲଗ୍ନ କରିଥିବା ଦେଖିବାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos