ରାଜଧାନୀରେ ବୋମାମାଡ଼: ଜଣେ ନାବାଳକ ଆହତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଫୁଟିଲା ବୋମା। ଗତକାଲି ଭୁବନେଶ୍ୱର ରଙ୍ଗମାଟିଆ ତଳସାହିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଜଣେ ନାବାଳକ ଆହତ ହୋଇଛିା ତେବେ କ’ଣ ପାଇଁ ବୋମାମାଡ଼ କରାଯାଇଛି ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି।

ସୂଚନା ଅନୁସାରେ, ଗତ ୨ଦିନ ତଳେ ରଙ୍ଗମାଟିଆ ଏବଂ ଭୋଟପଡା ଗାଁର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହାକୁ କେନ୍ଦ୍ର କରି  ଗତକାଲି ରଙ୍ଗମାଟିଆ ଗାଁରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।  ସେହିପରି ମଂଚେଶ୍ୱର ଥାନା ଅନ୍ତର୍ଗତ  ଚକେଇସିହାଣୀରେ ମଧ୍ୟ ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି।  ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି।