ମୁକୁଲ ମିଶ୍ର ଏବଂ ସୁଶୀଲ ବାଗ୍ ପାଇବେ ୩୪ ତମ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ୩୪ ତମ ଭୁବନେଶ୍ୱର ପୁସ୍ତକ ମେଳାରେ ପୁରସ୍କୃତ ହେବେ ଲେଖକ । ନିଜ ରଚିତ ଗଳ୍ପ, କବିତା, ପ୍ରବନ୍ଧ ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛି ଭୁବନେଶ୍ୱର ପୁସ୍ତକ ମେଳା କମିଟି। ଚଳିତବର୍ଷ କବିତା ସଙ୍କଳନ ‘ମେଘମନା’ ପାଇଁ ମୁକୁଲ ମିଶ୍ର ଏବଂ ପ୍ରବନ୍ଧ ସଙ୍କଳନ ‘ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି’ ପାଇଁ ଡ.ସୁଶୀଲ କୁମାର ବାଗଙ୍କୁ ୩୪ ତମ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର […]

susil

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 11:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ୩୪ ତମ ଭୁବନେଶ୍ୱର ପୁସ୍ତକ ମେଳାରେ ପୁରସ୍କୃତ ହେବେ ଲେଖକ । ନିଜ ରଚିତ ଗଳ୍ପ, କବିତା, ପ୍ରବନ୍ଧ ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛି ଭୁବନେଶ୍ୱର ପୁସ୍ତକ ମେଳା କମିଟି।

ଚଳିତବର୍ଷ କବିତା ସଙ୍କଳନ 'ମେଘମନା' ପାଇଁ ମୁକୁଲ ମିଶ୍ର ଏବଂ ପ୍ରବନ୍ଧ ସଙ୍କଳନ 'ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି' ପାଇଁ ଡ.ସୁଶୀଲ କୁମାର ବାଗଙ୍କୁ ୩୪ ତମ ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯିବ। ସେହିଭଳି 'ମାନବ ସେବାର ଉଦ୍ଭିତ' ପୁସ୍ତକ ପାଇଁ ପ୍ର. ଅରୁଣ ଚନ୍ଦ୍ର ସାହୁଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ଦିଆଯିବ। 'ମେବାର କାହାଣୀ' ପାଇଁ ଡାକ୍ତର ସୁରେନ୍ଦ୍ର ନାଥ ଦାଶଙ୍କୁ ଶିଶୁ ସାହିତ୍ୟ ପୁରସ୍କାର, 'ନିକୁଲ' ପାଇଁ ସ୍ୱାଗତିକ ସ୍ୱାଇଁଙ୍କୁ ଉତ୍ତମ ନାୟକ ଗଳ୍ପ ସମ୍ମାନ, ଭାଷାବିତ ପ୍ରଫୁଲ୍ଲ ତ୍ରିପାଠୀଙ୍କୁ ଖଗେଶ୍ୱର ମହାପାତ୍ର ସ୍ମୃତି ସମ୍ମାନ, 'ଖରାରେ ଠିଆ ହୋଇଥିବା ଲୋକ' ପାଇଁ ରବି ପଣ୍ଡାଙ୍କୁ ପଶ୍ଚିମା ଗଳ୍ପ ସମ୍ମାନ, 'ଭାଜ୍ୟ ଭାଜକ' ପାଇଁ ପଶ୍ଚିମା କବିତା ସମ୍ମାନ ପାଇବେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ଝୁରାମନ ଝରାଗୀତି ପାଇଁ ସୂର୍ଯ୍ୟ ଦେଓଙ୍କୁ ପଶ୍ଚିମା ପ୍ରବନ୍ଧ ସମ୍ମାନ, ଆଲବମ-ଆଇସ୍‌କ୍ରିମ-ଆଇନା ପାଇଁ ମୌସୁମୀ ପରିଡ଼ାଙ୍କୁ ପଶ୍ଚିମା ଉପନ୍ୟାସ ସମ୍ମାନ ଦିଆଯିବ। ଆସନ୍ତା ୨୨.୧୧.୨୦୧୭ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଯାପନ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଭୁବନେଶ୍ୱରର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଆମ ଓଡ଼ିଶା ପାଇବ ଶ୍ରେଷ୍ଠ ପ୍ରକାଶନ ସମ୍ମାନ । ଏହି ପୁରସ୍କାରଗୁଡ଼ିକ ପୁସ୍ତକ ମେଳାର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସଭାରେ ସମ୍ପାଦକ ଅଶୋକ ମହାନ୍ତି, ଆବାହକ ପବିତ୍ର ପ୍ରଧାନ, କୋଷୋଧ୍ୟକ୍ଷ ସିଦ୍ଧାର୍ଥ କୁମାର ଧଳ, ବରିଷ୍ଠ ସଦସ୍ୟ ଯୁଗଳ କିଶୋର ଦତ. ବୈରାଗୀ ପଟ୍ଟନାୟକ, ଡ. ଅମୀୟ ମାହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ  ପ୍ରଦାନ କରାଯିବ ।

Related story