ସରପଞ୍ଚଙ୍କ ଘର ଉପରକୁ ବୋମା ଫିଙ୍ଗିଲେ, ଗୁଳି ମାରିଲେ

Ordigital Desk
  • Published: Monday, 01 January 2018
  • , Updated: 01 January 2018, 06:36 PM IST
<p>କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଆସିଛି ବୋମା ମାଡ଼ ଅଭିଯୋଗ। ନିଆଳିର ପୋଖରୀ ଗାଁ ପଞ୍ଚାୟତ ସରପଞ୍ଚ ଭାଗିରଥୀ ମଲିକଙ୍କ ଘର ଉପରେ କେହି ଦୁର୍ବୃତ୍ତ ଗତକାଲି ରାତିରେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ପୋଖରୀ ଗାଁ ଓ ଘନପୁର ଗାଁରେ ଫାଙ୍କା ଗୁଳିଚାଳନା କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି।</p> <p>ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ନଥିବା ବେଳେ ପୋଖରୀ ଗାଁର ଅରକ୍ଷିତ ଦାସ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ମଧ୍ୟ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଘଟଣାସ୍ଥଳରେ ନିଆଳି ପୋଲିସ ପହଞ୍ଚି ଗୋଟିଏ ଖୋକା ଜବତ କରିବା ସହ ତଦନ୍ତ ଜାରି ରଖିଛି।</p>

Related story