ଲୋକେ ଭୋଟ୍ ଦେଉଥିବା ବେଳେ ଇଭିଏମ୍ ପାଖରେ ଉପସ୍ଥିତ ରହୁଥିବା ଏ ବ୍ୟକ୍ତି ଜଣଙ୍କ କିଏ?

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ବୁଥ୍‌ରେ ରିଗିଂ ଅଭିଯୋଗ ଆସିଛି। ସିଙ୍ଗିର ବଜାର ସ୍ଥିତ ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥ୍‌ରୁ ଏହି ଅଭିଯୋଗ ଆସିଛି। ଏଠାରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଏହି ବ୍ୟକ୍ତି ଜଣଙ୍କ ଏକ ଇଭିଏମ୍‌ […]

jkl1

Jitendra Garnayak
  • Published: Monday, 29 April 2019
  • , Updated: 29 April 2019, 02:42 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ବୁଥ୍‌ରେ ରିଗିଂ ଅଭିଯୋଗ ଆସିଛି। ସିଙ୍ଗିର ବଜାର ସ୍ଥିତ ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥ୍‌ରୁ ଏହି ଅଭିଯୋଗ ଆସିଛି। ଏଠାରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି।

ଭାଇରାଲ୍ ହୋଇଥିବା ଭିଡିଓରେ ଏହି ବ୍ୟକ୍ତି ଜଣଙ୍କ ଏକ ଇଭିଏମ୍‌ ମେସିନ୍ ପାଖରେ ଛିଡ଼ା ହୋଇଛନ୍ତି। ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କ ସହିତ କଥା ହେଉଛନ୍ତି। ସେମାନେ ଭୋଟ୍ ଦେଉଥିବା ବେଳେ ସେ ଦେଖୁଛନ୍ତି। ସେମାନଙ୍କୁ କିଛି ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରିକି ସେ ନିଜେ ଏକାଧିକ ଥର ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଏମ୍‌ପି (ସାଂସଦ) ଇଭିଏମ୍ ପାଖରେ ସେହି ବ୍ୟକ୍ତି ଜଣଙ୍କ ଛିଡ଼ା ହୋଇ ଏଭଳି କାମ କରୁଥିଲେ। ସେ ପୋଲିଂ କର୍ମଚାରୀ ଅବା କୌଣସି ଦଳର ଏଜେଣ୍ଟ ମଧ୍ୟ ନୁହନ୍ତି ବୋଲି ଜଣାପଡ଼ିଛି। ତେବେ ସେ କେମିତି ବୁଥ୍‌ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରିବାକୁ ସାହସ କଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏନେଇ ସେଠାରେ ଉପସ୍ଥିତ ପ୍ରିଜାଇଡିଂ ଅଫିସରଙ୍କୁ ପ୍ରଶ୍ନ କରାଯିବାରେ ସେ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏନେଇ ରିଟର୍ଣ୍ଣି ଅଫିସରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ, ତାହା ସମ୍ଭବ ହୋଇନାହିଁ।

କେନ୍ଦ୍ରାପଡ଼ା ଏସ୍‌ପି କହିଛନ୍ତି, ଇଭିଏମ୍‌ ଅସୁବିଧା ନେଇ ସୂଚନା ଆସିଛି। କିନ୍ତୁ କୌଣସି ସ୍ଥାନରେ ରିଗିଂ ନେଇ ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ବୁଥ୍‌ରେ ଏଭଳି ଘଟଣାକୁ ନେଇ ସଚେତନ ଭୋଟର ଓ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related story