ବୌଦ୍ଧ: ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଜଣେ ମୃତ ଓ ୨୫ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୨୨୪ ନମ୍ୱର ଜାତୀୟ ରାଜପଥ ହରେକୃଷ୍ଣପୁର ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଟ୍ରକ୍‌ର ଡ୍ରାଇଭର ବୋଲି ଜଣାପଡ଼ିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ  ୫ ଜଣଙ୍କ ଅବସ୍ଥାର ଗୁରୁତର ରହିଛି। ଆହତମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ସମସ୍ତେ ବଲାଙ୍ଗିର ଓ […]

accident-2

Rakesh Mallick
  • Published: Tuesday, 18 October 2016
  • , Updated: 18 October 2016, 10:53 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ୨୨୪ ନମ୍ୱର ଜାତୀୟ ରାଜପଥ ହରେକୃଷ୍ଣପୁର ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଟ୍ରକ୍‌ର ଡ୍ରାଇଭର ବୋଲି ଜଣାପଡ଼ିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ  ୫ ଜଣଙ୍କ ଅବସ୍ଥାର ଗୁରୁତର ରହିଛି। ଆହତମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ଆହତମାନେ ସମସ୍ତେ ବଲାଙ୍ଗିର ଓ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡିଛି। ବସ୍‌ଟି ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ଅପରପଟୁ ଆସୁଥିବା  ଟ୍ରକ୍‌ ଧକ୍କା ସହ ହୋଇଥିଲା।

 ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story