୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ
ବୌଦ୍ଧ(ଭାର୍ଜନ ପ୍ରଧାନ): ଦୁଇ ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି। ଫଳରେ ବ୍ରିଜ୍ ଛକରୁ ସମସ୍ତ ବଡ଼ ଯାନବାହନ ଚଳାଚଳ ବନ୍ଦ ରହିଛି। ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକ ଅର୍ଥାତ୍ କୃଷକଙ୍କୁ ସାମ୍ପ୍ରତିକ ବଜାର ଦର ଆଧାରରେ ମୂଲ୍ୟ ଦେବା ଏବଂ କ୍ଷୟକ୍ଷତି ମାମଲାର ବିଚାର ପାଇଁ ପ୍ରତି ମାସରେ ବୌଦ୍ଧରେ କ୍ୟାମ୍ପ କୋର୍ଟ ଖୋଲିବାକୁ […]
ବୌଦ୍ଧ(ଭାର୍ଜନ ପ୍ରଧାନ): ଦୁଇ ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି। ଫଳରେ ବ୍ରିଜ୍ ଛକରୁ ସମସ୍ତ ବଡ଼ ଯାନବାହନ ଚଳାଚଳ ବନ୍ଦ ରହିଛି।
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକ ଅର୍ଥାତ୍ କୃଷକଙ୍କୁ ସାମ୍ପ୍ରତିକ ବଜାର ଦର ଆଧାରରେ ମୂଲ୍ୟ ଦେବା ଏବଂ କ୍ଷୟକ୍ଷତି ମାମଲାର ବିଚାର ପାଇଁ ପ୍ରତି ମାସରେ ବୌଦ୍ଧରେ କ୍ୟାମ୍ପ କୋର୍ଟ ଖୋଲିବାକୁ ସମିତି ପକ୍ଷରୁ ଦାବି କରାଯାଇଛି।