ଆସନ୍ତାକାଲି ହେବାକୁ ଥିବା ବିପିୟୁଟିର ସମସ୍ତ ପରୀକ୍ଷା ବାତିଲ

ରାଉରକେଲା (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି (ଡିସେମ୍ବର ୧୭) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି। ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ପୁଣି କେବେ ହେବ, ତାହା ଖୁବ୍‌ଶୀଘ୍ର ଜଣାଇ ଦିଆଯିବ ବୋଲି ବିପିୟୁଟି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି କୁହାଯାଇଛି। କୋଶଳ ରାଜ୍ୟ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ଦିଆଯାଇଥିବା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବିପିୟୁଟି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ […]

BPUt

Jitendra Garnayak
  • Published: Sunday, 16 December 2018
  • , Updated: 16 December 2018, 02:21 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି (ଡିସେମ୍ବର ୧୭) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି।

ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ପୁଣି କେବେ ହେବ, ତାହା ଖୁବ୍‌ଶୀଘ୍ର ଜଣାଇ ଦିଆଯିବ ବୋଲି ବିପିୟୁଟି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି କୁହାଯାଇଛି।

କୋଶଳ ରାଜ୍ୟ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ଦିଆଯାଇଥିବା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବିପିୟୁଟି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।

ଆସନ୍ତାକାଲି ଦୁଇଟି ଅଧିବେଶନରେ ବିଭିନ୍ନ ସେଣ୍ଟର ଓ ସବ୍ ସେଣ୍ଟରରେ ୩୩ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇ ଥାଆନ୍ତେ।

Related story