ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ନିଲମ୍ବିତ ଦୁଇ ଦଇତାପତି ହାଇକୋର୍ଟଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର: ଘଟ ପରିବର୍ତ୍ତନ ବିଭ୍ରାଟ ନେଇ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ନିଲମ୍ବିତ ହୋଇଥିବା ଦୁଇ ଦଇତାପତି କାଶୀନାଥ ଓ ଜୟକୃଷ୍ଣ ଦାସମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ ଚ୍ୟାଲେଞ୍ଜକୁ ନେଇ ଦୁଇ ଦଇତାପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ଦୁଇ ଜଣ ଦଇତାପତିଙ୍କୁ ସେବାରୁ ନିଲମ୍ବନ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ।  ଏମାନଙ୍କ ଯୋଗୁ ଘଟ ପରିବର୍ତ୍ତନରେ ବିଳମ୍ବ ହେଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର […]

jayakrushnadasmohapatra

Rakesh Mallick
  • Published: Monday, 29 June 2015
  • , Updated: 29 June 2015, 04:59 PM IST

ଭୁବନେଶ୍ୱର: ଘଟ ପରିବର୍ତ୍ତନ ବିଭ୍ରାଟ ନେଇ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ନିଲମ୍ବିତ ହୋଇଥିବା ଦୁଇ ଦଇତାପତି କାଶୀନାଥ ଓ ଜୟକୃଷ୍ଣ ଦାସମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ ଚ୍ୟାଲେଞ୍ଜକୁ ନେଇ ଦୁଇ ଦଇତାପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ଦୁଇ ଜଣ ଦଇତାପତିଙ୍କୁ ସେବାରୁ ନିଲମ୍ବନ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ।  ଏମାନଙ୍କ ଯୋଗୁ ଘଟ ପରିବର୍ତ୍ତନରେ ବିଳମ୍ବ ହେଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ସୂଚନା ଦେଇଥିଲେ। ଘଟ ପରିବର୍ତ୍ତନରେ ବିଳମ୍ବ ପାଇଁ ମୁଖ୍ୟତଃ ଜୟକୃଷ୍ଣ ଦାସମହାପାତ୍ର ଦାୟୀ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଏହି ପ୍ରମାଣ ହୋଇଛି ବୋଲି ସେହି ସମୟରେ ଶ୍ରୀମନ୍ଦିର ପ୍ରଶାସନ କହିଥିଲେ। ଘଟ ପରିବର୍ତ୍ତନ କରିବା ପାଇଁ ଯେତେବେଳେ ଚାରି ବାଡ଼ଗ୍ରାହୀ ଅଣସର ଘରକୁ ଯାଉଥିଲେ ସେତେବେଳେ ଜୟକୃଷ୍ଣ ଦାସମହାପାତ୍ର ସେମାନଙ୍କୁ ବାଧା ଦେଇଥିଲେ। ଜୟକୃଷ୍ଣ ଚାହୁଁଥିଲେ ତାଙ୍କ ବାପା କାଶୀନାଥ ଦାସମହାପାତ୍ର ମଧ୍ୟ ଘଟ ପରିବର୍ତ୍ତନ ଦେଖିବେ। ତେଣୁ ସେ ଜୋର ଜବରଦସ୍ତି ତାଙ୍କ ବାପାଙ୍କୁ ଅଣସର ଘର ଭିତରକୁ ଭର୍ତ୍ତି କରିବାକୁ ଚାହୁଁଥିଲେ। ଆଉ ସେଇଥିରୁ ଆରମ୍ଭ ହୋଇଗଲା ଯୁକ୍ତିତର୍କ। ସେଥିପାଇଁ ଘଟ ପରିବର୍ତ୍ତନରେ ବିଳମ୍ବ ହେଲା। ଏଥିପାଇଁ ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କୁ ଦଇତା ସେବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଆଇନ ଧାରା ୨୧-୧ ଅନୁଯାୟୀ ଏହି ଦୁଇ ଦଇତାପତିଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୁରେଶ ମହାପାତ୍ର କହିଥିଲେ।

Related story