ଶତ୍ରୁଙ୍କ ଯେ କୌଣସି ମିଶାଇଲ୍‌କୁ ଧ୍ୱଂସ କରିବ ‘ବ୍ରହ୍ମୋସ୍‌’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ନମ୍ୱର ଲଞ୍ଚପ୍ୟାଡ୍‌ରୁ ଆଜି ଅପରାହ୍ନ ୩.୪୧ ମିନିଟ୍‌ରେ ସୁପରସୋନିକ ମିଜାଇଲ ବ୍ରହ୍ମୋସର ଦ୍ୱିତୀୟ ରାଉଣ୍ଡ ପରୀକ୍ଷଣ ହୋଇଛି। ମଧ୍ୟମ ଦୂରଗାମୀ ସୁପରସୋନିକ କ୍ରୁଜ୍‌ ମିଜାଇଲ୍‌ ବ୍ରହ୍ମୋସ ୨୦୦ କେଜି ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହାର ଲକ୍ଷ୍ୟଭେଦ ୨୯୦ କିମି ରହିଛି। ସୁପରସୋନିକ କ୍ରୁଜ୍‌ ମିଜାଇଲ୍‌ ବ୍ରହ୍ମୋସର ପ୍ରଥମ ପରୀକ୍ଷଣ ଆଜି ସକାଳ ୮.୪୫ରେ ଚାନ୍ଦିପୁରରୁ ହୋଇଥିଲା। ଏଥିରେ ଲାଇଫ୍ ଏକ୍ସଟେନ୍ସନ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୪୦୦ […]

brahamas

brahamas

Manoranjan Sial
  • Published: Tuesday, 17 December 2019
  • Updated: 17 December 2019, 05:08 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ନମ୍ୱର ଲଞ୍ଚପ୍ୟାଡ୍‌ରୁ ଆଜି ଅପରାହ୍ନ ୩.୪୧ ମିନିଟ୍‌ରେ ସୁପରସୋନିକ ମିଜାଇଲ ବ୍ରହ୍ମୋସର ଦ୍ୱିତୀୟ ରାଉଣ୍ଡ ପରୀକ୍ଷଣ ହୋଇଛି। ମଧ୍ୟମ ଦୂରଗାମୀ ସୁପରସୋନିକ କ୍ରୁଜ୍‌ ମିଜାଇଲ୍‌ ବ୍ରହ୍ମୋସ ୨୦୦ କେଜି ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହାର ଲକ୍ଷ୍ୟଭେଦ ୨୯୦ କିମି ରହିଛି।

ସୁପରସୋନିକ କ୍ରୁଜ୍‌ ମିଜାଇଲ୍‌ ବ୍ରହ୍ମୋସର ପ୍ରଥମ ପରୀକ୍ଷଣ ଆଜି ସକାଳ ୮.୪୫ରେ ଚାନ୍ଦିପୁରରୁ ହୋଇଥିଲା। ଏଥିରେ ଲାଇଫ୍ ଏକ୍ସଟେନ୍ସନ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୪୦୦ କିଲୋମିଟରକୁ ବୃଦ୍ଧି ପାଇଛି। ଏହି କ୍ଷେପଣାସ୍ତ୍ରୀ ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଶତ୍ରୁଙ୍କ ଯେ କୌଣସି ମିଶାଇଲକୁ ଧ୍ୱଂସ କରିବାରେ ସଫଳ ହେବ।

ଏହି ମିଶାଇଲର ଲମ୍ୱ ୮.୪ ମିଟର ଓ ମୋଟେଇ ୦.୬ ମିଟର। ଏହି ମିଶାଇଲ ୨.୫ ଟନ୍‌ ପର୍ଯ୍ୟନ୍ତ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos