ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ଭୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ମଙ୍ଗଳବାର ଭୋଟଗ୍ରହଣ ହେବ । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ୨ଲକ୍ଷ ୧୫ହଜାର ୮୭୮ଜଣ ଭୋଟର ମୋଟ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । କଡ଼ା ସୁରକ୍ଷା ମଧ୍ୟରେ ଓ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ମୋଟ ୨୭୯ଟି ଭୋଟଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ମତଦାନ ହେବ। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କଡ଼ା ସୁରକ୍ଷା ମଧ୍ୟରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । […]

politicians-1

Ordigital Desk
  • Published: Monday, 30 May 2022
  • , Updated: 01 June 2022, 05:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ମଙ୍ଗଳବାର ଭୋଟଗ୍ରହଣ ହେବ । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ୨ଲକ୍ଷ ୧୫ହଜାର ୮୭୮ଜଣ ଭୋଟର ମୋଟ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । କଡ଼ା ସୁରକ୍ଷା ମଧ୍ୟରେ ଓ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ମୋଟ ୨୭୯ଟି ଭୋଟଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ମତଦାନ ହେବ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କଡ଼ା ସୁରକ୍ଷା ମଧ୍ୟରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ପ୍ରତ୍ୟେକ ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ଓ ୩ଜଣ ଲେଖାଏ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଇଭିଏମ୍ ମେସିନରେ ଭୋଟଗ୍ରହଣ ହେବ। ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ନିମନ୍ତେ ୬୦ଟି ବୁଥବୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବାବେଳେ ୩୦ଟି ମଡେଲ୍ ବୁଥ ଓ ୫ଟି ପିଙ୍କ ବୁଥ(ମହିଳା କର୍ମଚାରୀଙ୍କୁ ନେଇ)ହୋଇଛି । ୧୪୫ଟି ବୁଥରେ ୱେବକାଷ୍ଟିଂ ମଧ୍ୟ କରାଯିବ।

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ମନୋଜ ମେହେର, ଆଦିତ୍ୟ ପ୍ରଧାନ, ଦିନବନ୍ଧୁ ବିଶ୍ୱାଳ,ସୀତାରାମ ବେହେରା ଓ ସୁପ୍ରିତ କୁମାର ବେହେରା ମଇଦାନରେ ଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବ ବୋଲି ଜଣାପଡ଼ିଛି।

 

Related story