ଅଣବସର ଘରେ ଶ୍ରୀଜୀଉ: ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି

ବ୍ରହ୍ମଗିରି: ଶ୍ରୀଜୀଉ ଅଣବସର ଘରକୁ ଯିବା ପରେ ଚଳଚଞ୍ଚଳ ହୋଇପଡ଼ିଛି ପ୍ରଭୁ ଅଲାରନାଥଙ୍କ ପୀଠ। ସକାଳୁ ସକାଳୁ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି। ଅଲାରନାଥଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେବାୟତ ନିଯୋଗ ପକ୍ଷରୁ ମଧ୍ୟ ନୀତିକାନ୍ତି ନିର୍ଘଣ୍ଟ ହୋଇଛି। ରାତି ୪ଟାରୁ ଦ୍ୱାରଫିଟା ନୀତି ପରେ ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଠାକୁରଙ୍କ ଅତିପ୍ରିୟ କ୍ଷୀରି ପ୍ରସାଦ ଦିନ ୧୨ଟାରେ […]

puri

Rakesh Mallick
  • Published: Tuesday, 21 June 2016
  • , Updated: 21 June 2016, 05:38 PM IST

ବ୍ରହ୍ମଗିରି: ଶ୍ରୀଜୀଉ ଅଣବସର ଘରକୁ ଯିବା ପରେ ଚଳଚଞ୍ଚଳ ହୋଇପଡ଼ିଛି ପ୍ରଭୁ ଅଲାରନାଥଙ୍କ ପୀଠ। ସକାଳୁ ସକାଳୁ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି। ଅଲାରନାଥଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସେବାୟତ ନିଯୋଗ ପକ୍ଷରୁ ମଧ୍ୟ ନୀତିକାନ୍ତି ନିର୍ଘଣ୍ଟ ହୋଇଛି। ରାତି ୪ଟାରୁ ଦ୍ୱାରଫିଟା ନୀତି ପରେ ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଠାକୁରଙ୍କ ଅତିପ୍ରିୟ କ୍ଷୀରି ପ୍ରସାଦ ଦିନ ୧୨ଟାରେ ବାହାରିବକୁ ନିଷ୍ପତ୍ତି ହୋଇଛି।

ଅତ୍ୟଧିକ ସ୍ନାନ ଯୋଗୁଁ ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ। ପ୍ରିୟ ଠାକୁରଙ୍କୁ ଦର୍ଶନ ନପାଇ ଭକ୍ତ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠକୁ  ଧାଇଁ ଆସିଛି। ବିଶ୍ୱାସ ରହିଛି ଅଣବସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ।

Related story