ବ୍ରହ୍ମପୁରରେ ଶ୍ରମିକ କଲ୍ୟାଣ ଯୋଜନାଗୁଡ଼ିକର ସମୀକ୍ଷା କଲେ ସୁବାସ ସିଂହ

ବ୍ରହ୍ମପୁର: ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ ବ୍ରହ୍ମପୁର ଓ ଛତ୍ରପୁର ଠାରେ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ବିଶେଷ କରି ଗଞ୍ଜ।ମ ଜିଲ୍ଲାରେ ଶ୍ରମିକ କଲ୍ୟାଣ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ନେଇ ସେ ସମୀକ୍ଷା କରିଥିଲେ। ଏନେଇ ସେ ବ୍ରହ୍ମପୁର ଓ ଛତ୍ରପୁର ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ଇଏସଆଇ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ନିକଟରେ କେନ୍ଦ୍ର ଶ୍ରମ […]

China-yang-m

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 11:21 AM IST

ବ୍ରହ୍ମପୁର: ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ ବ୍ରହ୍ମପୁର ଓ ଛତ୍ରପୁର ଠାରେ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ବିଶେଷ କରି ଗଞ୍ଜ।ମ ଜିଲ୍ଲାରେ ଶ୍ରମିକ କଲ୍ୟାଣ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ନେଇ ସେ ସମୀକ୍ଷା କରିଥିଲେ। ଏନେଇ ସେ ବ୍ରହ୍ମପୁର ଓ ଛତ୍ରପୁର ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ଇଏସଆଇ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ନିକଟରେ କେନ୍ଦ୍ର ଶ୍ରମ ମନ୍ତ୍ରୀ କହିଥିବା ବେଳେ ସେ ଏଥିରେ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ଇଏସଆଇ ମେଡିକାଲ ପ୍ରତିଷ୍ଠା ନେଇ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଦାବି କରାଯିବ ବୋଲି ସେ କହିଥିଲେ। ଏହା ସହିତ ଶ୍ରମିକ ମାନଙ୍କ ପରିଚୟ ପତ୍ର ନଥିଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧ଲକ୍ଷ ଟଙ୍କ। ଓ ଚିକିତ୍ସା ପାଇଁ ୫୦ହଜାର ଟଙ୍କ। ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସୁବାସ ସିଂହ କହିଥିଲେ।

Related story