ବ୍ରହ୍ମ ବିଭ୍ରାଟ: ଆଜି ହାଜର ହେବେ ଦେଉଳକରଣ ଓ ତଢଉକରଣ

ପୁରୀ: ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ଆଜି ଦେଉଳ କରଣ ଓ ତଢଉ କରଣ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ହାଜର ହେବାକୁ ନୋଟିସ ଦିଆଯାଇଛି । ଯଦି ଏହି ନୋଟିସଙ୍କୁ ଅବମାନନା କରାଯାଏ ତେବେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। ଗୁରୁବାର ୩ ଦଇତାପତି କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର ଓ ବିଶ୍ୱନାଥ ଦାସ ମହାପାତ୍ରଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହି ତିନି ଦଇତାପତି ଗତକାଲି […]

Sri-Puri

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 04:39 AM IST

ପୁରୀ: ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ଆଜି ଦେଉଳ କରଣ ଓ ତଢଉ କରଣ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ହାଜର ହେବାକୁ ନୋଟିସ ଦିଆଯାଇଛି । ଯଦି ଏହି ନୋଟିସଙ୍କୁ ଅବମାନନା କରାଯାଏ ତେବେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। ଗୁରୁବାର ୩ ଦଇତାପତି କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର ଓ ବିଶ୍ୱନାଥ ଦାସ ମହାପାତ୍ରଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହି ତିନି ଦଇତାପତି ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୋର୍ଟରେ ହାଜର ହୋଇ ଘଟ ପରିବର୍ତ୍ତନ ଦିନର ଘଟଣା ସମ୍ପର୍କରେ ନିଜର ମତ ରଖିଥିଲେ ।

ଅନ୍ୟପକ୍ଷରେ ଏହି ବିବାଦରେ ନିଲମ୍ବିତ ହୋଇଥିବା ଦୁଇଜଣ ଦଇତାପତି କଶୀନାଥ ଓ ଜୟକୃଷ୍ଣ ଦାସମାହାପାତ୍ରଙ୍କୁ ପୁଣିଥରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଗଣମଧ୍ୟାମରେ ବିଭିନ୍ନ ପ୍ରସଙ୍ଗରେ ଦେଇଥିବା ବିଭ୍ରାନ୍ତିକର ବୟାନ ପାଇଁ ନୋଟିସ ଜାରିହୋଇଥିବା ସୂଚନା ମିଳିଛି।

Related story