ବ୍ରହ୍ମଗିରି: ଜଳସେଚିତ ହେଲା ୩୦୦ ହେକ୍ଟର ଜମି

ବ୍ରହ୍ମଗିରି: ଗ୍ରାମବାସୀ ଓ ଉଠା ଜଳସେଚନ ନିଗମର ସହଯୋଗରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳମାଳ ଗ୍ରାମରେ ୩୦୦ ହେକ୍ଟର ଜମିକୁ ଜଳସେଚନ କରାଯାଇଛି ।  ଖାଦ୍ୟ ଯୋଗାଣ  ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ନିଗମର ସହଯୋଗରେ ଗ୍ରାମରେ ୧୩ଟି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏଥିରୁ ୧୦ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇ ଗ୍ରାମର ୨୫୦ ହେକ୍ଟର ଜମିକୁ ଜଳ ସେଚିତ କରାଯାଇଛି । ଜଳସେଚନ ପାଇଁ ସମସ୍ତ ଜଳ ଦୟା ନଦୀରୁ ଉଠାଯାଉଛି । […]

cbi-new-directer

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 02:32 PM IST

ବ୍ରହ୍ମଗିରି: ଗ୍ରାମବାସୀ ଓ ଉଠା ଜଳସେଚନ ନିଗମର ସହଯୋଗରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳମାଳ ଗ୍ରାମରେ ୩୦୦ ହେକ୍ଟର ଜମିକୁ ଜଳସେଚନ କରାଯାଇଛି ।  ଖାଦ୍ୟ ଯୋଗାଣ  ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ନିଗମର ସହଯୋଗରେ ଗ୍ରାମରେ ୧୩ଟି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏଥିରୁ ୧୦ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇ ଗ୍ରାମର ୨୫୦ ହେକ୍ଟର ଜମିକୁ ଜଳ ସେଚିତ କରାଯାଇଛି । ଜଳସେଚନ ପାଇଁ ସମସ୍ତ ଜଳ ଦୟା ନଦୀରୁ ଉଠାଯାଉଛି । ଅନ୍ୟ ୩ଟି ପ୍ରକଳ୍ପକୁ ଶୁକ୍ରବାର ମନ୍ତ୍ରୀ ବର୍ମା ଉଦଘାଟନ କରିବା ପରେ ମାଟ ୩୦୦ ହେକ୍ଟର ଜମିକୁ ଜଳସେଚିତ ହେବ ।

ଦୀର୍ଘଦିନ ଧରି ଜମିକୁ ଜଳସେଚନ ସୁବିଧା ଯୋଗାଇବା ଦେବାକୁ ସେମାନେ ଦାବି କରିଆସୁଥିଲେ । ତଳମାଳ ଗ୍ରାମକୁ ୩ଟି ନଦୀ ଘେରି ରହିଛି । ଲୁଣା, ଭାର୍ଗବୀ, ଦୟା ନଦୀର ଅତି ସନ୍ନିକଟରେ ଅଛି ଏହି ଗାଁ । ଗ୍ରାମରେ ରହିଛି ପ୍ରାୟ ୪୦୦ ହେକ୍ଟର ଜମି । ଅନ୍ୟପକ୍ଷେ ଗ୍ରାମରେ ୧୩ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବି ଶେଷ ମୁଣ୍ଡ ଜମିକୁ ଜଳ ସେଚିତ ହୋଇ ପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରୀ ସ୍ତରରେ ଅଧିକ ୩୦୦ ମିଟର ପାଣି ପାଇପ ଯୋଗାଇ ଦିଆଗଲେ ଉକ୍ତ ଜମି ମଧ୍ୟ ଜଳ ସେଚିତ କରାଯାଇପାରିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି । ଏହାଛଡା ୧୩ଟି ପାଣି ପଞ୍ଚାୟତ ମଧ୍ୟରୁ ଗୋଟିଏକୁ ସର୍ବୋକୃଷ୍ଟ ମାନ୍ୟତା ଦେଇ ଗୋଟିଏ ଘର ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହାଦ୍ୱାରା ବର୍ଷା ଓ ବନ୍ୟା ସମୟରେ ଉକ୍ତ ଘରେ ସେମାନେ ମଟର, ପାଇପ, ଷ୍ଟାଟର, କେବୁଲ ଆଦି ଉପକରଣ ସୁରକ୍ଷିତ ରଖିପାରିବେ ବୋଲି ତଳମାଳ ଗ୍ରାମ ସଭାପତି ଦେବରାଜ ବଳିୟାର ସିଂହ କହିଛନ୍ତି । ଜଳସେଚନ ସୁବିଧା ହୋଇ ପାରିଥିବାରୁ ଗ୍ରାମର ସର୍ବେଶ୍ୱର ସାହୁ, ବିଦ୍ୟାଧର ଚମ୍ପତ୍ତି, ଧନେଶ୍ୱର ପରିଡା, ନିରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀଧର ପାଣ୍ଠୋଇ, ଧନେଶ୍ୱର ପାଣ୍ଠୋଇ, ଭବନିଧି ସାହୁ, ରାଜକିଶୋର ସାହୁ, ବାସୁଦେବ ସାହୁ ଏବଂ ଆରତ୍ତ ପାଣ୍ଠୋଇ ପ୍ରମୁଖ ମନ୍ତ୍ରୀ ବର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related story