ବସ୍‌ ଭିତରେ ମାଲିକଙ୍କୁ ଗୁଳି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବସ୍ ଭିତରେ ଗୁଳି ମାଡ଼ରେ ଗାଡ଼ି ମାଲିକଙ୍କ ମୃତ୍ୟୁ। ଆଜି ସନ୍ଧ୍ୟାରେ ଏପରି ଅଭାବନୀୟ ଘଟଣା ଆସିକା କରଞ୍ଜେଇ ଛକରେ ଘଟିଛି। ମୃତକ ହେଉଛନ୍ତି ଆସିକା ପାକଲାପଲ୍ଲୀର ପ୍ରତାପ ପଲେଇ। ବସ୍‌ଟି ଆସିକାରୁ ବ୍ରହ୍ମପୁର ଯାଉଥିଲା। ତେବେ କରଞ୍ଜେଇ ଛକରେ ବସ୍ ଭିତରେ କିଛି ଦୁର୍ବୃତ୍ତ ହଠାତ୍ ପ୍ରତାପଙ୍କ ଉପରକୁ ଗୁଳି ମାଡ କରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ପ୍ରତାପଙ୍କ ବେକରେ ଗୁଳି ବାଜିଥିଲା। ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି […]

busowner

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 11:02 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବସ୍ ଭିତରେ ଗୁଳି ମାଡ଼ରେ ଗାଡ଼ି ମାଲିକଙ୍କ ମୃତ୍ୟୁ। ଆଜି ସନ୍ଧ୍ୟାରେ ଏପରି ଅଭାବନୀୟ ଘଟଣା ଆସିକା କରଞ୍ଜେଇ ଛକରେ ଘଟିଛି। ମୃତକ ହେଉଛନ୍ତି ଆସିକା ପାକଲାପଲ୍ଲୀର ପ୍ରତାପ ପଲେଇ।

ବସ୍‌ଟି ଆସିକାରୁ ବ୍ରହ୍ମପୁର ଯାଉଥିଲା। ତେବେ କରଞ୍ଜେଇ ଛକରେ ବସ୍ ଭିତରେ କିଛି ଦୁର୍ବୃତ୍ତ ହଠାତ୍ ପ୍ରତାପଙ୍କ ଉପରକୁ ଗୁଳି ମାଡ କରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ପ୍ରତାପଙ୍କ ବେକରେ ଗୁଳି ବାଜିଥିଲା। ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related story