ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଢେଙ୍କାନାଳ,(ଓଡ଼ିଶା ରିପୋର୍ଟର):ବିଜ୍ଞାନ ଯେତେ ଆଗକୁ ଗଲେ ବି ସମାଜରୁ ଦୂର ହେଉନି ଅନ୍ଧ ବିଶ୍ୱାସ। ଯେତେ ଚେଷ୍ଟା ଯେତେ ଉଦ୍ୟମ ହେଲେ ବି କୁସଂସ୍କାର କବଳରୁ ମୁକୁଳି ପାରୁନି ମଣିଷ। ପରମ୍ପରାକୁ ବିଶ୍ୱାସ କରି ରୋଗ ଭଲ କରିବାକୁ କଅଁଳ ଛୁଆଙ୍କୁ ଦିଆଯାଉଛି ଚେଙ୍କ ଚିକିତ୍ସା। ଏଠି ଜଣେ ଦି ଜଣଙ୍କ କଥା ନୁହେଁ, ମକର ସଂକ୍ରାନ୍ତିରେ ଗାଁର ଅଧିକାଂଶ କଅଁଳ ଛୁଆଙ୍କୁ ପରମ୍ପରା ନାଁରେ ଚେଙ୍କର ଶିକାର ହେବାକୁ ପଡ଼ିଛି। ଢେଙ୍କାନାଳ ଭୁବନ ବ୍ଲକ ଥୋରିଆଛନ୍ଦା ଗାଁରେ ଘଟିଛି ଏମିତି ଘଟଣା।</p> <p>ବିଶ୍ୱାସ ଓ ପରମ୍ପରା ନାଁରେ ଜୀବନ ସହ ଖେଳ ଚିକିତ୍ସା ନାଁରେ କୋମଳମତି ଶିଶୁଙ୍କୁ ଅକଥନୀୟ ଯନ୍ତ୍ରଣା। କଁଅଳ ବୟସରେ ପେଟର ପତଳା ଚମଡ଼ା ଉପରେ ଲଗାଇ ଦିଆଯାଉଛି ତତଲା ତମ୍ବା ତାରର ଚେଙ୍କ। ଏପଟେ ଚେଙ୍କ ଯନ୍ତ୍ରଣାରେ ଚିତ୍କାର ଛାଡ଼ି ଛଟପଟ ହେଉଥିଲେ ବି ସେଥିପ୍ରତି ଯେମିତି କାହିରି ନିଘା ନାହିଁ । କାରଣ ଶିଶୁଙ୍କ ମଙ୍ଗଳମନାସୀ ଏମିତି ଭୟଙ୍କର ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଛନ୍ତି ଢେଙ୍କାଳନାଳ ଥୋରିଆଛନ୍ଦା ଗାଁ ଲୋକେ। ମକର ସଂକ୍ରାନ୍ତିର ଠିକ୍ ପରଦିନ ନବଜାତଠୁ ୫ ବର୍ଷ ବୟସ ପଯର୍ୟନ୍ତ ସବୁ ଶିଶୁଙ୍କୁ ଦିଆଯାଏ ଏଭଳି ନିଷ୍ଠୁର ଚେଙ୍କ। ଖାଲି ଏହି ଗାଁ ନୁହେଁ ଆଖପାଖ, ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ଛୁଆଙ୍କୁ ବି ଅଭିଭାବକମାନେ ଦିସାରୀ ପାଖକୁ ନେଇ ଆସନ୍ତି ଚେଙ୍କ ଦେବା ପାଇଁ।ଏପଟେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଥିବା ଏବଂ ଏହାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶିଶୁ ସୁରକ୍ଷା କର୍ମୀ ଅନୁରାଧା ମହାନ୍ତି।</p> <p>ଏଠାରେ ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଏଭଳି ଅନ୍ଧବିଶ୍ୱାସକୁ ଆପଣାଇ ଆସୁଥିବା ଲୋକଙ୍କ ନିକଟରେ କଣ ସଚେତନତା ଏଯାଏଁ ପହଞ୍ଚିନି ନା ସବୁ ଜାଣି ବି ଦାୟିତ୍ୱବୋଧକୁ ଭୁଲି ଯାଇଛି ପ୍ରଶାସନ?</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।