ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ସାହସୀ ବାଳକ ସିତୁ

ପଟ୍ଟାମୁଣ୍ଡାଇ (ପ୍ରବିର ନାୟକ): କୁନି ବୟସରେ ସାହସିକତାର ପ୍ରମାଣ ଦେଖାଇ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସିତୁ ମଲ୍ଲିକ ଆଉ ନାହାନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ସେ ଆଖି ବୁଜିଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜଳି ଛକରେ ଏକ ହାଇୱା ଧକ୍କାରେ ସେ ପ୍ରାଣ ହରାଇଛନ୍ତି। ସିତୁ ସହ ତା ପୀଉସି ପୁଅ ଭାଇର ମଧ୍ୟ ଜୀବନ ଯାଇଛି। ତାଙ୍କ ନାଁ ବାପି ମଲ୍ଲିକ, ଘର ରାଜକନିକା ନୂଆଁଖୁଣ୍ଟା ଗାଁ। ବାପି […]

situ

situ

Subrat Kumar Nayak
  • Published: Friday, 02 August 2019
  • Updated: 02 August 2019, 11:01 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବିର ନାୟକ): କୁନି ବୟସରେ ସାହସିକତାର ପ୍ରମାଣ ଦେଖାଇ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସିତୁ ମଲ୍ଲିକ ଆଉ ନାହାନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ସେ ଆଖି ବୁଜିଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜଳି ଛକରେ ଏକ ହାଇୱା ଧକ୍କାରେ ସେ ପ୍ରାଣ ହରାଇଛନ୍ତି। ସିତୁ ସହ ତା ପୀଉସି ପୁଅ ଭାଇର ମଧ୍ୟ ଜୀବନ ଯାଇଛି। ତାଙ୍କ ନାଁ ବାପି ମଲ୍ଲିକ, ଘର ରାଜକନିକା ନୂଆଁଖୁଣ୍ଟା ଗାଁ। ବାପି ସହ ସିତୁ ଏକ ବାଇକ୍‌ରେ ଯାଉଥିବାବେଳେ ରାଜନଗର ପଟୁ ଯାଉଥିବା ଏକ ଗୋଡ଼ି ବୋଝେଇ ହାଇୱା ଜଳି ଛକରେ ଧକ୍କା ଦେବା ସହ ରାସ୍ତା ତଳ ନାଳକୁ ଖସିପଡ଼ିଥିଲା।

ଫଳରେ ହାଇୱା ଚକ ତଳେ ଚାପି ହୋଇ ସିତୁ ଏବଂ ବାପି ମଲ୍ଲିକଙ୍କ ଜୀବନ ଯାଇଛି। ନିକଟରେ ଛିଡ଼ା ହୋଇଥିବାବେଳେ ଆହତ ହୋଇଛନ୍ତି ୨ ଜଣ। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସିତୁ ଏବଂ ବାପି ମଲ୍ଲିକଙ୍କ ମୃତଦେହକୁ ଉଦ୍ଧାର କରିଛି।

ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାର ଡ୍ରାଇଭରଙ୍କୁ ପୁଲିସ ଜିମା ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମୃତ ସିତୁ ଏବଂ ବାପି ମଲ୍ଲିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଉଲ୍ଲେଖନୀୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା କଣ୍ଡିରା ଗାଁର ସିତୁ ମଲ୍ଲିକ ନିଜ ଦାଦାଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିଲେ। ଦାଦା ବିନୋଦ ମଲ୍ଲିକଙ୍କର ଗୋଟିଏ ହାତକୁ କୁମ୍ଭୀର କାମୁଡ଼ି ଧରିଥିବାବେଳେ ଅନ୍ୟ ଏକ ହାତକୁ ଧରି ଟାଣି ଆଣିଥିଲେ ସିତୁ। ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ସିତୁର ଦାଦା ବିନୋଦ ମଲ୍ଲିକ।

ଏହି ଦୁଃସାହସିକ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ସିତୁ ସାହସିକତା ପୁରସ୍କାର ମଧ୍ୟ ପାଇଥିଲେ। ତେବେ ସିତୁର ଏଭଳି ଆକସ୍ମିକ ବିୟୋଗ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos