ଜଣେ ଝିଅର ବାହାଘର ଭାଙ୍ଗିଗଲେ କେତେ ଦୁଃଖ ପ୍ରତାପ ବାବୁ ବୁଝିପାରିବେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ବାପାର ପୁଅ ହେଉ ବା ଝିଅ ହେଉ ତାଙ୍କର କେତେ ଦୁଃଖ ସେ କଥା ସେହି ବାପା ମା’ ହିଁ ଜାଣନ୍ତି। ଜଣେ ପୁଅ ହେଉ ବା ଝିଅ, ବାହାଘର ଭାଙ୍ଗିଗଲେ ବାପା ମାଙ୍କୁ କେତେ ବାଧେ ସେ କଥା ପ୍ରତାପ ବାବୁ ବୁଝିପାରିବେନି। ଆଜି ଏମିତି କିଛି ସମ୍ବେଦନଶୀଳ ପ୍ରଶ୍ନ କରି ବିଜେଡିର ମୁଖପାତ୍ର ପ୍ରତାପ ଦେବଙ୍କୁ ନିଶାନା କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା […]

790-89

Tapas Behera
  • Published: Wednesday, 02 December 2020
  • , Updated: 02 December 2020, 07:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ବାପାର ପୁଅ ହେଉ ବା ଝିଅ ହେଉ ତାଙ୍କର କେତେ ଦୁଃଖ ସେ କଥା ସେହି ବାପା ମା’ ହିଁ ଜାଣନ୍ତି। ଜଣେ ପୁଅ ହେଉ ବା ଝିଅ, ବାହାଘର ଭାଙ୍ଗିଗଲେ ବାପା ମାଙ୍କୁ କେତେ ବାଧେ ସେ କଥା ପ୍ରତାପ ବାବୁ ବୁଝିପାରିବେନି। ଆଜି ଏମିତି କିଛି ସମ୍ବେଦନଶୀଳ ପ୍ରଶ୍ନ କରି ବିଜେଡିର ମୁଖପାତ୍ର ପ୍ରତାପ ଦେବଙ୍କୁ ନିଶାନା କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଜାତା କହିଛନ୍ତି ଯେ, ବାହାଘର ଭାଙ୍ଗି ଜଣେ ଝିଅର ଜୀବନ ନଷ୍ଟ କରିବା ପାଇଁ ଯେଉଁ ଚକ୍ରାନ୍ତ କରାଗଲା ତାହା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ସାରା ଓଡ଼ିଶାର ମା’ମାନେ ବିଚାର କରିବେ। ସେ କହିଛନ୍ତି ଯେ, ସମସ୍ତଙ୍କର ଝିଅ ଅଛି। ଯାହାର ଝିଅ ଅଛି ତାର ଝିଅ ବାହା ହେବ ନିଶ୍ଚିତ। ପ୍ରତାପ ବାବୁ କହିଲେ ଯେ, ମୋ ଝିଅ ହୋଇଥିଲେ ବାହାଘର କରାଇ ନଥାନ୍ତି। ତାହା କହିବା ଏତେ ସହଜ ନୁହେଁ ବୋଲି ସୁଜାତା କହିଛନ୍ତି।

ପ୍ରତାପ ବାବୁ ବୁଝିପାରିବେନି ଜଣେ ମାର ଝିଅ ଥିଲେ କେତେ ଦୁଃଖ। ସେମିତି ଯାହାର ପୁଅଟିଏ ଅଛି କେତେ ଦୁଃଖ ସେ କଥା ସେହି ବାପା ମାହିଁ ଜାଣନ୍ତି ବୋଲି ସୁଜାତା କହିଛନ୍ତି। ବିଜେଡିରୁ ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କଣ ରହିଛି ଜନବିରୋଧୀ ଅଭିଯୋଗ ତାର ତାଲିକା ଦେଇ ଥିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ। ପ୍ରତାପ କହିଥିଲେ ଯେ, ଗଂଜାମ କରୋନାରେ ଜୁଝୁଥିଲା ବେଳେ ପ୍ରଦୀପ ଚାର୍ଟାର୍ଡ ବିମାନରେ ଉଡୁଥିଲେ। ଥରେ କି ଦୁଇଥର ନୁହେଁ ୧୮ଥର ସେ ଚାର୍ଟାର୍ଡ ବିମାନରେ ବୁଲିଥିଲେ। ପ୍ରତାପ ଆହୁରି କହିଥିଲେ ଯେ, ମୁଁ ପ୍ରଦୀପ ବାବୁଙ୍କ ଜାଗାରେ ଥିଲେ ଝିଅ ବାହାଘର ପାଇଁ ରାଜି ହୋଇନଥାନ୍ତି। ଏବେ ସେ ବହୁ କଥା କହୁଛନ୍ତି। ତଦନ୍ତକୁ ପ୍ରତିରୋଧ ପାଇଁ ଏହା ଏକ ବାହାନା ବୋଲି ପ୍ରତାପ କହିଥିଲେ।

Related story