ଏମିତି ଭାଇ ଜଗତେ ନାହିଁ, ଭଉଣୀକୁ ବଞ୍ଚାଇ ନଦୀରେ ଭାସିଗଲା

ଯାଜପୁର (ଗୋଲାମ୍‌ ଗସ୍‌): ଏମିତି ଭାଇ ଜଗତେ ନାହିଁ। ନଦୀକୁ ଡେଇଁ ପଡ଼ିଥିବା ମାନସିକ ରୋଗଗ୍ରସ୍ତ ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ପାଣିକୁ ଲମ୍ଫ ମାରିଥିଲା। ଭଉଣୀର ଜୀବନ ସିନା ବଞ୍ଚାଇଦେଲେ, ହେଲେ ନିଜେ ପାଣି ସୁଅରେ ଭାସିଗଲେ। ଆଜି ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।
 
କପାସ ଗାଁର ହେମନ୍ତ ଜେନାଙ୍କ ଭଉଣୀ ଛବି ମାନସିକ ରୋଗରେ ପୀଡ଼ିତା। ତାଙ୍କ ଦେହରେ ପ୍ରେତାତ୍ମା ସଞ୍ଚାର ହୋଇଥାଏ ବୋଲି ଲୋକଙ୍କ ଧାରଣା ରହିଛି। ତେଣୁ ଆଜି ଛବିଙ୍କୁ ଜଣେ ତାନ୍ତ୍ରିକଙ୍କୁ  ଦେଖାଇବା ପାଇଁ ହେମନ୍ତ ଯଜ୍ଞ ପଡ଼ିଆକୁ ନେଇ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ ଛବି ଖରସ୍ରୋତା ନଦୀ ଭିତରକୁ ପଶି ଯାଇଥିଲା।
 
ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ହେମନ୍ତ ନଦୀକୁ ଡେଇଁ ପଡ଼ିଥିଲେ। ଭଉଣୀ ସିନା ଉଦ୍ଧାର ହେଲା, ହେଲେ ଭାଇ ନଦୀ ପାଣିରେ ଭାସିଗଲେ। ଏ ସମ୍ପର୍କରେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ମାତ୍ର ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନ କରୁଥିବାରୁ ସେମାନେ ଉଦ୍ଧାର ପାଇଁ ଆସିନଥିଲେ। 
 
ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏବେ ସୁଦ୍ଧାର ହେମନ୍ତ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ଛବିଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆହୁରି ପଢ଼ନ୍ତୁ

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ

ଲଗାଣ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ଗଞ୍ଜାମକୁ ଟପିଲା ଖୋର୍ଦ୍ଧା

ଆଇପିଏସ୍ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍‌ରୁ ଛାଡ଼ିଲା ବିଏମ୍‌ସି

ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌

କୃଷି ଓ ଜଳସେଚନକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ସୁଶାନ୍ତଙ୍କ ଏହି ଦୁଇ ଆକାଉଣ୍ଟରୁ ରିୟାଙ୍କ ପାଖକୁ ଯାଇଛି ଟଙ୍କା!

ସୁନାମୀ ମୁକାବିଲା: ଓଡ଼ିଶାର ୨ଟି ଗାଁକୁ ମିଳିବ ୟୁନେସ୍କୋ ସମ୍ମାନ, ଦେଶରେ ପ୍ରଥମ

ସୁସ୍ଥ ହେଲେ ୧୧୫୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ