ଭାଉଜକୁ ହତ୍ୟା କରି ଦିଅରର ଆତ୍ମହତ୍ୟା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା କୁଆରମୁଣ୍ଡା ରିଉଁ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଦିଅର ଆତ୍ମହତ୍ୟା କରିଛି। ମୃତ ମହିଳା ଜଣକ ହେଲେ ମାନୀ ଭୂମିଜ। ପୂର୍ବାହ୍ନ ୧୧ ସମୟରେ ମାନୀ ଭୂମିଜ ଘରେ ଶୋଇଥିବା ସମୟରେ ଦିଅର ଲଖୀରାମ ଭୂମିଜ ତାଙ୍କ ବେକ ଓ ପେଟକୁ ଟାଙ୍ଗିଆରେ ହାଣି ଦେଇଥିଲେ। ମାନୀଙ୍କ ପେଟ ଓ ବେକରେ କ୍ଷତ ଚିହ୍ନ ରହିଛି। ମାନୀଙ୍କୁ ହତ୍ୟା […]

murder

Puspanjali Panda
  • Published: Sunday, 08 September 2019
  • , Updated: 08 September 2019, 04:38 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା କୁଆରମୁଣ୍ଡା ରିଉଁ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଦିଅର ଆତ୍ମହତ୍ୟା କରିଛି।

ମୃତ ମହିଳା ଜଣକ ହେଲେ ମାନୀ ଭୂମିଜ। ପୂର୍ବାହ୍ନ ୧୧ ସମୟରେ ମାନୀ ଭୂମିଜ ଘରେ ଶୋଇଥିବା ସମୟରେ ଦିଅର ଲଖୀରାମ ଭୂମିଜ ତାଙ୍କ ବେକ ଓ ପେଟକୁ ଟାଙ୍ଗିଆରେ ହାଣି ଦେଇଥିଲେ। ମାନୀଙ୍କ ପେଟ ଓ ବେକରେ କ୍ଷତ ଚିହ୍ନ ରହିଛି।

ମାନୀଙ୍କୁ ହତ୍ୟା କରିବା ପରେ ଲଖୀରାମ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଘଟଣା ସ୍ଥଳରେ ବୀରମିତ୍ରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଲଖୀରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ସେଠାରୁ ଫେରିବା ପରେ ଏଭଳି କାଣ୍ଡ ଘଟାଇଛି ବୋଲି ପୁଲିସ କହିଛି।

Related story