ଲକଡାଉନ୍‌ ଯୋଗୁଁ ଭଉଣୀ ମୃତଦେହ ଗାଁକୁ ନେଇପାରିଲେନି ଭାଇ

ଫୁଲବାଣୀ(ତ୍ରୀନାଥ ସାହୁ): ଲକ୍‌ଡାଉନ୍‌ ଯୋଗୁଁ ଭଉଣୀର ମୃତଦେହକୁ ମଶାଣି ପର୍ଯ୍ୟନ୍ତ ଏକୁଟିଆ ନେଇପାରିଲେନି ଭାଇ। ଶେଷରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ସମ୍ପୂର୍ଣ୍ଣ ରୀତିନୀତିରେ କଲେ ଶବ ସତ୍କାର । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଟିକାବାଲି ବଜାର ସାହିରେ  ଘଟି ଯାଇଛି ଏପରି ଏକ ଅଭାବନୀୟ ଘଟଣା। ବଜାର ସାହିର ଜଣେ ଯୁବତୀ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରି ଗତ ମଙ୍ଗଳବାର ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ […]

phulbani-1--1

phulbani-1--1

Niharika Rout
  • Published: Thursday, 07 May 2020
  • Updated: 07 May 2020, 01:18 PM IST

Sports

Latest News

ଫୁଲବାଣୀ(ତ୍ରୀନାଥ ସାହୁ): ଲକ୍‌ଡାଉନ୍‌ ଯୋଗୁଁ ଭଉଣୀର ମୃତଦେହକୁ ମଶାଣି ପର୍ଯ୍ୟନ୍ତ ଏକୁଟିଆ ନେଇପାରିଲେନି ଭାଇ। ଶେଷରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ସମ୍ପୂର୍ଣ୍ଣ ରୀତିନୀତିରେ କଲେ ଶବ ସତ୍କାର ।

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଟିକାବାଲି ବଜାର ସାହିରେ  ଘଟି ଯାଇଛି ଏପରି ଏକ ଅଭାବନୀୟ ଘଟଣା। ବଜାର ସାହିର ଜଣେ ଯୁବତୀ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରି ଗତ ମଙ୍ଗଳବାର ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ କରି ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରିଥିଲେ ।

ହେଲେ ଲକ୍‌ଡାଉନ୍‌ ସମୟରେ ମୃତଦେହକୁ ଫୁଲବାଣୀଠାରୁ ପ୍ରାୟ ୩୫ କିଲୋମିଟର ଦୂର ଟିକାବାଲିକୁ ନେଇ ଶବ ସତ୍କାର କରିବା ପାଇଁ ତାଙ୍କ ଭାଇ ଅସାମର୍ଥ୍ୟ ପ୍ରକାଶ କରିଥିଲେ । ଏକୁଟିଆ ଥିବାରୁ କିଭଳି ଭଉଣୀର ଶବକୁ ମଶାଣି ପର୍ଯ୍ୟନ୍ତ ନେବେ, ସେଥିପାଇଁ ଚିନ୍ତାରେ ପଡିଯାଇଥିଲେ।

ଶେଷରେ ଖବର ପାଇ ଫୁଲବାଣୀର ଯୁବ ସଂଗଠନ ଟିମ୍ ହ୍ୟୁମାନିଟିର ସଙ୍ଗଠନର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ଏହାପରେ ସମ୍ପୂର୍ଣ୍ଣ ହିନ୍ଦୁ  ରୀତିନୀତିରେ ମୃତଦେହକୁ ଶବ ସତ୍କାର କରାଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଟିମ୍ ହ୍ୟୁମାନିଟିର ସଙ୍ଗଠନର ସଦସ୍ୟଙ୍କୁ  ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos