ଭିମସାରରେ ଯୋଗଦେବେ ୫୪ ଚୁକ୍ତି ଭିତ୍ତିକ ଡାକ୍ତର

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭିମସାରରେ ଖୁବଶୀଘ୍ର ୫୪ ଚୁକ୍ତି ଭିତ୍ତିକ ଡାକ୍ତର ଯୋଗଦେବେ। ଏମାନଙ୍କ ମଧ୍ୟରୁ ଜଣେ ପ୍ରଫେସର, ଜଣେ ସହକାରୀ ପ୍ରଫେସର ଓ ଅନ୍ୟମାନେ ସହଯୋଗୀ ପ୍ରଫେସର। ବିଭାଗୀୟ କର୍ତ୍ତୃପକ୍ଷ ଏନେଇ ନିଯୁକ୍ତି ପ୍ରକ୍ରିୟା ସାରିଛନ୍ତି। ଫେବୃଆରୀ ୭ ତାରିଖ ସୁଦ୍ଧା ନବ ନିଯୁକ୍ତ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ। ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରିବା ପରେ କାମ ସନ୍ତୋଷଜନକ ହେଲେ ଅବଧି ବଢ଼ାଯିବ କିମ୍ବା ସ୍ଥାୟୀ କରାଯିବ ପାଇଁ ନିଷ୍ପତ୍ତି ନିଆଯିବ। ଏଥିସହ ସ୍ଥାୟୀ ନିର୍ଦ୍ଦେଶକ […]

b

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 07:22 PM IST

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭିମସାରରେ ଖୁବଶୀଘ୍ର ୫୪ ଚୁକ୍ତି ଭିତ୍ତିକ ଡାକ୍ତର ଯୋଗଦେବେ। ଏମାନଙ୍କ ମଧ୍ୟରୁ ଜଣେ ପ୍ରଫେସର, ଜଣେ ସହକାରୀ ପ୍ରଫେସର ଓ ଅନ୍ୟମାନେ ସହଯୋଗୀ ପ୍ରଫେସର। ବିଭାଗୀୟ କର୍ତ୍ତୃପକ୍ଷ ଏନେଇ ନିଯୁକ୍ତି ପ୍ରକ୍ରିୟା ସାରିଛନ୍ତି। ଫେବୃଆରୀ ୭ ତାରିଖ ସୁଦ୍ଧା ନବ ନିଯୁକ୍ତ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ। ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରିବା ପରେ କାମ ସନ୍ତୋଷଜନକ ହେଲେ ଅବଧି ବଢ଼ାଯିବ କିମ୍ବା ସ୍ଥାୟୀ କରାଯିବ ପାଇଁ ନିଷ୍ପତ୍ତି ନିଆଯିବ। ଏଥିସହ ସ୍ଥାୟୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ଆବେଦନପତ୍ର ଗ୍ରହଣ କରାଯାଇଛି। ବର୍ତ୍ତମାନ ଅସ୍ଥାୟୀ ନିର୍ଦ୍ଦେଶକ ପଦବୀରେ ପ୍ରଫେସର ସୁନାମାଳୀ ବାଗ୍‌ ରହିଛନ୍ତି। ଖୁବ୍‌ଶୀଘ୍ର ସାକ୍ଷାତକାର ପ୍ରକ୍ରିୟା ଶେଷ କରି ନିଯୁକ୍ତି ପ୍ରଦାନ କରାଯିବ ବୋଲି ମେଡିକାଲ ଡିନ୍‌ କହିଛନ୍ତି।

ଅନ୍ୟ ବିଶ୍ୱବିଦ୍ୟାଳୟ ଭଳି ସିଣ୍ଡିକେଟ୍‌ ଗଠନ ଓ ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତି ହୋଇ ନ ପାରିବା କାରଣରୁ ଭିମସାର ଡାକ୍ତରୀ ଛାତ୍ରଙ୍କ ପରୀକ୍ଷା ପରିଚାଳନା କରିପାରୁନି। ତେବେ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି।

 

 

 

Related story