ଲାଲକରିଡରରେ ବିଏସଏଫ୍ ଏଡିଜି

ମାଲକାନଗିରି (ଜିତେନ୍ଦ୍ର ବେଉରା): ବିଏସଏଫର ଏଡିଜି ଏସ୍‌ଏଲ୍‌ ଥାଅସଙ୍ଗ ଏବଂ ବିଏସଏଫ  ଆଇଜି ମଧୁସୂଦନ ଶର୍ମା ମାଲକାନଗିରି ଜିଲ୍ଲାର ଲାଲ କରିଡର କୁହାଯାଉଥିବା ଚିତ୍ରକୁଣ୍ଡାର ଗୁରୁପ୍ରିୟା ସେତୁ ପରିର୍ଶନ କରିଛନ୍ତି।  ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବା ସହ ଜିଲ୍ଲା ପୁଲିସ ଏବଂ BSF ମଧ୍ୟରେ କିଭଳି ସମନ୍ୱୟ ରହିବ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ୱାଭିମାନ ଅଞ୍ଚଳ ର ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଶୀତ ବସ୍ତ୍ର, ପୋଷାକ, ଶାଢ଼ୀ ,ପାଠ୍ୟ ଉପକରଣ ଏଭଳି […]

8bnm

Tapas Behera
  • Published: Saturday, 14 November 2020
  • , Updated: 14 November 2020, 05:23 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ବିଏସଏଫର ଏଡିଜି ଏସ୍‌ଏଲ୍‌ ଥାଅସଙ୍ଗ ଏବଂ ବିଏସଏଫ  ଆଇଜି ମଧୁସୂଦନ ଶର୍ମା ମାଲକାନଗିରି ଜିଲ୍ଲାର ଲାଲ କରିଡର କୁହାଯାଉଥିବା ଚିତ୍ରକୁଣ୍ଡାର ଗୁରୁପ୍ରିୟା ସେତୁ ପରିର୍ଶନ କରିଛନ୍ତି।  ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବା ସହ ଜିଲ୍ଲା ପୁଲିସ ଏବଂ BSF ମଧ୍ୟରେ କିଭଳି ସମନ୍ୱୟ ରହିବ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ୱାଭିମାନ ଅଞ୍ଚଳ ର ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଶୀତ ବସ୍ତ୍ର, ପୋଷାକ, ଶାଢ଼ୀ ,ପାଠ୍ୟ ଉପକରଣ ଏଭଳି ବିଭିନ୍ନ ଉପକରଣ ବାଣ୍ଟି ଥିଲେ। ।

ସ୍ୱାଭିମାନ ଅଞ୍ଚଳରେ ବର୍ତ୍ତମାନ ଅଧାରୁ ଅଧିକାଂଶ ଅଞ୍ଚଳ ପୁଲିସ କବ୍‌ଜାରେ ଯାଇଥିବା ବେଳେ ଏବେ ବି ଯନ୍ତ୍ରୀ, ଆଣ୍ଡ୍ର।ପାଲ୍ଲୀ ପଞ୍ଚୟତ ଏବଂ ପଣସପୁଟପଞ୍ଚୟତର କିଛି ଅଂଶ ମାଓବାଦୀଙ୍କ କବ୍‌ଜାରେ ଅଛି। ତେଣୁ ସେହି ଅଞ୍ଚଳକୁ କିଭଳି ମାଓ ମୁକ୍ତ କରାଯିବ ଏବଂ ଲୋକେ କିଭଳି ଶାନ୍ତିରେ ରହିବେ ସେଥିପାଇଁ ପୁଲିସ ଏକ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।

BSF ,SOG,DVF, IRB ସୁରକ୍ଷା ଯବାନଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ ଆନ୍ଧ୍ର ସହିତ କିଭଳି ସଫଳ ଭାବେ ଜଏଣ୍ଟ ଅପରେସନ  ହେବ ସେଥିପାଇଁ ଏକ ବଡ଼ ଧରଣର ଅପରେସନ ପାଇଁ ଯୋଜନା କରାଯାଉଥିବା ଅନୁମାନ କରାଯାଉଛି। ଏହି ଅଞ୍ଚଳରେ AOB ଆନ୍ଧ୍ର ଓଡିଶା ବୋର୍ଡର ଜର୍ଣ୍ଣାଲ କମ୍ମିଟି ମାଓ ସଙ୍ଗଠନ ବେଶ ସକ୍ରିୟ ରହିଛି। ଟପ କ୍ୟାଡର ମାଓବାଦୀ ଆରକେ ଏବଂ ଉଦୟ ଭଳି ନେତାକୁ ଟାର୍ଗେଟ କରି କିଭଳି ମାଓ ସଙ୍ଗଠନ ସମ୍ପୂର୍ଣ୍ଣ ନିପାତ ହେବ । ସେଥିପାଇଁ ଏକ ବଡ଼ ଯୋଜନା କରାଯାଇଥିବା ଅନୁମାନ କରାଯାଉଛି।

Related story