ବିଏସ୍‌ଏଫ୍‌ ଏକାଡ଼େମୀରୁ ପାସ୍‌ ହେଲେ ଏକମାତ୍ର ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶ ଗୋଓ୍ୱାଲିଅରରେ ଅନୁଷ୍ଠିତ ହୋଇଛି ବିଏସ୍‌ଏଫ୍‌ ପାସିଂ ଆଉଟ ପରେଡ। ବିଏସ୍ଏଫ୍ ଏକାଡେମୀରୁ ପାସ୍ ଆଉଟ ହୋଇଛନ୍ତି ଓଡ଼ିଆ ଯୁବକ ଦେବାଶିଷ ପଣ୍ଡା। ଏହି ବ୍ୟାଚ୍‌ରେ ଏକମାତ୍ର ଓଡ଼ିଆ ଯୁବକ ଭାବେ ଦେବାଶିଷ ପଣ୍ଡା ଏଠାରେ ଟ୍ରେନିଂ ନେଉଥିଲେ। ଏହା ପରେ ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଜମ୍ମୁରେ ଥିବା ବିଏସ୍ଏଫ୍‌ ୮୯ ତମ ବାଟାଲିଅନରେ ଯୋଗଦେବେ। ୨୦୧୫ ମସିହାରେ ସେ ୟୁପିଏସ୍‌ସି ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପରୀକ୍ଷାରେ ପାସ୍ […]

bsf passing out campen

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶ ଗୋଓ୍ୱାଲିଅରରେ ଅନୁଷ୍ଠିତ ହୋଇଛି ବିଏସ୍‌ଏଫ୍‌ ପାସିଂ ଆଉଟ ପରେଡ। ବିଏସ୍ଏଫ୍ ଏକାଡେମୀରୁ ପାସ୍ ଆଉଟ ହୋଇଛନ୍ତି ଓଡ଼ିଆ ଯୁବକ ଦେବାଶିଷ ପଣ୍ଡା। ଏହି ବ୍ୟାଚ୍‌ରେ ଏକମାତ୍ର ଓଡ଼ିଆ ଯୁବକ ଭାବେ ଦେବାଶିଷ ପଣ୍ଡା ଏଠାରେ ଟ୍ରେନିଂ ନେଉଥିଲେ। ଏହା ପରେ ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଜମ୍ମୁରେ ଥିବା ବିଏସ୍ଏଫ୍‌ ୮୯ ତମ ବାଟାଲିଅନରେ ଯୋଗଦେବେ।

୨୦୧୫ ମସିହାରେ ସେ ୟୁପିଏସ୍‌ସି ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପରୀକ୍ଷାରେ ପାସ୍ ହୋଇ  ଗୋଓ୍ୱାଲିଅରରେ ଟ୍ରେନିଂ ନେଉଥିଲେ। ଦେବାଶିଷ ଭୁବନେଶ୍ୱରରେ ଥିବା ସିଇଟି ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂ କରିଛନ୍ତି। ତାଙ୍କର ବାପା ଜଣେ ଶିକ୍ଷକ ଓ ବଡ଼ଭାଇ ଭାରତୀୟ ରାଜସ୍ୱ ସେବାରେ ଆସିଷ୍ଟାଣ୍ଟ କମିଶନର୍ ଅଛନ୍ତି।

Related story