ବିଏସ୍‌ଏନ୍ଏ‌ଲ୍‌ ବନ୍ଦ ଖବର କେବଳ ଗୁଜବ, ସ୍ପଷ୍ଟୀକରଣ ଦେଲା କମ୍ପାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏନଏଲ୍ ବନ୍ଦ ହେବା ନେଇ କେତେକ ସମ୍ବାଦପତ୍ର ଓ ସୋଶାଲ ମିଡିଆରେ ଖବର ପ୍ରକାଶିତ ହେବାପରେ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ବିଏସଏନଏଲ ବିରୁଦ୍ଧରେ ଏଭଳି ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକଙ୍କୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଏସଏନଏଲ୍ ପକ୍ଷରୁ କୁହାଯାଇଛି। ଆଜି ବିଏସଏନଏଲ୍ ଓଡ଼ିଶା ଶାଖା ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା ଏକ ପ୍ରେସ୍ ରିଲିଜ୍ […]

bsnl-7593

bsnl-7593

Manoranjan Sial
  • Published: Thursday, 10 October 2019
  • Updated: 10 October 2019, 07:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏନଏଲ୍ ବନ୍ଦ ହେବା ନେଇ କେତେକ ସମ୍ବାଦପତ୍ର ଓ ସୋଶାଲ ମିଡିଆରେ ଖବର ପ୍ରକାଶିତ ହେବାପରେ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ବିଏସଏନଏଲ ବିରୁଦ୍ଧରେ ଏଭଳି ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକଙ୍କୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଏସଏନଏଲ୍ ପକ୍ଷରୁ କୁହାଯାଇଛି।

ଆଜି ବିଏସଏନଏଲ୍ ଓଡ଼ିଶା ଶାଖା ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, ବିଏସଏନଏଲ୍ ବନ୍ଦ ହେବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଭାରତ ସରକାରଙ୍କର ଏଭଳି କିଛି ଆଭିମୁଖ୍ୟ କି ପ୍ରସ୍ତାବ ନାହିଁ। ବିଏସଏନଏଲ୍ ଗ୍ରାହକମାନେ ଏଭଳି ଅପପ୍ରଚାର ପ୍ରତି ଧ୍ୟାନ ନଦେବା ପାଇଁ ସେ ଅନୁରୋଧ କରିବା ସହ କମ୍ପାନୀ ତା’ର ଗ୍ରାହକମାନଙ୍କୁ ସୁଲଭ ଦରରେ ସମସ୍ତ ପ୍ରକାରର ଟେଲିକମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos