ଏନକାଉଣ୍ଟରରେ ବୁଚି ପାତ୍ର ଆହତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ପୁଣି ହୋଇଛି ଏନକାଉଣ୍ଟର। ପୋଲସରା କାକୁଡ଼ିଆ ଜଙ୍ଗଲରେ ପୋଲିସର ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଆହତ ହୋଇଛି। ବୁଚିର ୨ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ଗୋଟିଏ ମାଉଜର, ୨ଟି ଅଫୁଟା ଗୁଳି ଓ ବାଇକ୍ ଆଦି ଜବତ କରାଯାଇଛି।  ବୁଚି ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଥିବା ପୋଲିସ୍ କହିଛି।