ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତାକାଲି ରାଜ୍ୟର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର(ଓଡିଶା ରିପୋର୍ଟର):  କମିଲା କୃଷି ଅଭିବୃଦ୍ଧି ହାର, ହ୍ରାସ ପାଇଲା ସାମଗ୍ରିକ ଘରୋଇ ଉତ୍ପାଦର ଅଭିବୃଦ୍ଧି । ରାଜ୍ୟ ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆଜି ୨୦୧୭-୧୮ ବର୍ଷ ଲାଗି ଇକୋନୋମିକ୍ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିରେ ଆଗୁଆ ଆକଳନ ଅନୁସାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଗତବର୍ଷ ଅପେକ୍ଷା କମିଥିବା ଉଲ୍ଲେଖ ରହିଛି । ତେବେ ଗରିବି ବର୍ଷକୁ ୩.୫୨ ପ୍ରତିଶତ କମୁଛି ଓ ପ୍ରକୃତ ମୁଣ୍ଡ ପିଛା ଆୟ ବଢିଛି ବୋଲି […]

Odisha-Assembly-Budget

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 09:45 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର):  କମିଲା କୃଷି ଅଭିବୃଦ୍ଧି ହାର, ହ୍ରାସ ପାଇଲା ସାମଗ୍ରିକ ଘରୋଇ ଉତ୍ପାଦର ଅଭିବୃଦ୍ଧି । ରାଜ୍ୟ ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆଜି ୨୦୧୭-୧୮ ବର୍ଷ ଲାଗି ଇକୋନୋମିକ୍ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିରେ ଆଗୁଆ ଆକଳନ ଅନୁସାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଗତବର୍ଷ ଅପେକ୍ଷା କମିଥିବା ଉଲ୍ଲେଖ ରହିଛି । ତେବେ ଗରିବି ବର୍ଷକୁ ୩.୫୨ ପ୍ରତିଶତ କମୁଛି ଓ ପ୍ରକୃତ ମୁଣ୍ଡ ପିଛା ଆୟ ବଢିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଆସନ୍ତାକାଲି ଖୋଲିବ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବ୍ରିଫ୍‌କେଶ ।  ବାହାରିପାରେ ମୋନଲଭା ନୂଆ ସ୍କିମ୍ । ସାଧାରଣ ନିର୍ବାଚନ  ପୂର୍ବରୁ  ଶେଷ ପୂର୍ଣ୍ଣଙ୍ଗ ବଜେଟ୍  ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ବଜେଟ୍‌ରେ ବ୍ୟବସ୍ଥା ରହିପାରେ।   ଏଥର ଫୋକସରେ ରହିବ  କୃଷି ଓ କୃଷକ । ତାହା ସହ  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ ,  ଭିତ୍ତିଭୂମି, ଗ୍ରାମଣୀ ବିକାଶ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ । ଗରିବ, ମଧ୍ୟବିତ, ଛାତ୍ର, ଯୁବକ ଓ ମହିଳା ଭଳି ସବୁ ବର୍ଗଙ୍କ ସୁବିଧା ପାଇଁ  ବଜେଟ୍‌ରେ ବ୍ୟବସ୍ଥା ରହିବ ବୋଲି ଜଣାପଡିଛି ।

Related story