ଶହ ଶହ ନୁହେଁ ୬୦ରୁ ୭୦ ପ୍ୟାକେଟ ରକ୍ତ ଖରାପ ହୋଇଛି: ବ୍ଲଡ୍ ବ୍ୟାଙ୍କ ଅଧିକାରୀ

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲ୍ ବ୍ଳଡ୍ ବ୍ୟାଙ୍କରେ ଶହ ଶହ ପ୍ୟାକେଟ୍ ରକ୍ତ ଖରାପ ହେବା ନେଇ ଓଟିଭିରେ ରିପୋର୍ଟ ପ୍ରକାଶ ପାଇଥିଳା । ଏହାପରେ ବିଭାଗୀୟ ଅଧିକାରୀ ମୁହଁ ଖୋଲିଛନ୍ତି। ଶହ ଶହ ସଂଖ୍ୟାରେ ନୁହେଁ ୬୦ରୁ ୭୦ ପ୍ୟାକେଟ୍ ରକ୍ତ ଖରାପ ହୋଇଥିବା ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ସୁଶାନ୍ତ କର କହିଛନ୍ତି। ଏହା ଏକ ସାଧାରଣ ଘଟଣା ବୋଲି ସେ ସଫେଇ ଦେଇଛନ୍ତି। ଅନ୍ୟପକ୍ଷେ ବୁର୍ଲା ବଡ଼ ମେଡିକାଲ ରକ୍ତ ଭଣ୍ଡାର ଡିପ୍ […]

blood

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 03:46 PM IST

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲ୍ ବ୍ଳଡ୍ ବ୍ୟାଙ୍କରେ ଶହ ଶହ ପ୍ୟାକେଟ୍ ରକ୍ତ ଖରାପ ହେବା ନେଇ ଓଟିଭିରେ ରିପୋର୍ଟ ପ୍ରକାଶ ପାଇଥିଳା । ଏହାପରେ ବିଭାଗୀୟ ଅଧିକାରୀ ମୁହଁ ଖୋଲିଛନ୍ତି। ଶହ ଶହ ସଂଖ୍ୟାରେ ନୁହେଁ ୬୦ରୁ ୭୦ ପ୍ୟାକେଟ୍ ରକ୍ତ ଖରାପ ହୋଇଥିବା ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ସୁଶାନ୍ତ କର କହିଛନ୍ତି। ଏହା ଏକ ସାଧାରଣ ଘଟଣା ବୋଲି ସେ ସଫେଇ ଦେଇଛନ୍ତି।

ଅନ୍ୟପକ୍ଷେ ବୁର୍ଲା ବଡ଼ ମେଡିକାଲ ରକ୍ତ ଭଣ୍ଡାର ଡିପ୍ ଫ୍ରିଜରରୁ ଏକ୍ସପାଏରୀ ହେବାକୁ ଥିବା ରକ୍ତ ପ୍ୟାକେଟ୍ ଏବେ ନାହିଁ । ଏ ନେଇ କେହି ବି ମୁହଁ ଖୋଲୁ ନାହାନ୍ତି। ଗତମାସ ୮ ତାରିଖରେ ବରଗଡ଼ରୁ ସଂଗୃହିତ ରକ୍ତରୁ ଏଠାକୁ ୧୨ଶହ ୨ ୟୁନିଟ୍ ଅଣାଯାଇଥିଲା। ଏଥିରୁ କାହାକୁ କେତେ ରକ୍ତ ଦିଆଯାଇଛି ଓ କେତେ ପ୍ୟାକେଟ ଖରାପ ହୋଇଛି ସେ ନେଇ ରେଜିଷ୍ଟର ଦେଖିବାକୁ ଚାହିଁବାରୁ ଦାୟିତ୍ୱରେ ଥିବା କର୍ମଚାରୀ ଛୁଟିରେ ଅଛନ୍ତି କହି ବ୍ଲଡ ବ୍ୟାଙ୍କ ଅଧିକାରୀ ସହଯୋଗ କରି ନ ଥିଲେ। ସେପଟେ ଖରାପ ହେଉଥିବା ରକ୍ତକୁ ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ସଂସ୍ଥା ଦୈନିକ ରକ୍ତଭଣ୍ଡାରରୁ ନେଇଯାଇଥାନ୍ତି। ସେ ଦୃଷ୍ଟିରୁ ଫ୍ରିଜରରେ ଏତେ ପରିମାଣର ଖରାପ ରକ୍ତ କୁଆଡୁ ଆସିଲା ତାକୁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ପୂର୍ବରୁ ଶଲ୍ୟ ଚିକିତ୍ସା ବିଭାଗରୁ ବ୍ୟବହାର ଉପଯୋଗୀ ରକ୍ତ କ୍ଲଟ୍ ହୋଇଥିବା ନେଇ ବ୍ଲଡ ବ୍ୟାଙ୍କକୁ ଚିଠି ଆସିଥିଲା। ମାତ୍ର ସେପରି କିଛି ଚିଠି ପାଇ ନ ଥିବା ବ୍ଲଡ୍ ବ୍ୟାଙ୍କ ଅଧିକାରୀ କର କହିଛନ୍ତି।

ସୂଚନାଯୋଗ୍ୟ, ବୁର୍ଲା ମେଡିକାଲ ରକ୍ତ ଭଣ୍ଡାରରେ ବାର୍ଷିକ ପ୍ରାୟ ୨୧ ହଜାର ୟୁନିଟ୍ ରକ୍ତ ବ୍ୟବହାର ହୋଇଥାଏ। ଏହି ହିସାବରେ ମାସକୁ ୧୭୦୦ ୟୁନିଟରୁ ଅଧିକ ରକ୍ତ ବ୍ୟବହାର ହୋଇଥାଏ। ତେଣୁ ଏତେ ପରିମାଣର ରକ୍ତ କେମିତି ଖରାପ ହେଲା ତାହାର ତଦନ୍ତ କରାଯିବାକୁ ଦାବି ହେଉଛି।

Related story