ବୁର୍ଲା ମେଡକାଲରେ ଅବ୍ୟବସ୍ଥା : ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦବେଗ

ସମ୍ବଲପୁର: ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ୫ ଜଣିଆ ଟିମ୍ ଆଜି ବୁର୍ଲା ମେଡିକାଲ କଲେଜ ପରିଦର୍ଶନରେ ଯାଇଥିଲେ। ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ମେଡିକାଲ କଲେଜର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ବିଭାଗୀୟ ମୁଖ୍ୟଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ତେବେ ବୈଠକରେ ବହୁ ବିଭାଗର ମୁଖ୍ୟ ଓ ମେଡିକାଲର ଡାକ୍ତରମାନେ ଅନୁପସ୍ଥିତ ଥିବା ଯୋଗୁଁ କମିଟିର ଅନ୍ୟତମ ସଦସ୍ୟ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା […]

bidhansabha standing camity in burla

Rakesh Mallick
  • Published: Wednesday, 29 April 2015
  • , Updated: 29 April 2015, 11:45 AM IST

ସମ୍ବଲପୁର: ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ୫ ଜଣିଆ ଟିମ୍ ଆଜି ବୁର୍ଲା ମେଡିକାଲ କଲେଜ ପରିଦର୍ଶନରେ ଯାଇଥିଲେ। ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ମେଡିକାଲ କଲେଜର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ବିଭାଗୀୟ ମୁଖ୍ୟଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ତେବେ ବୈଠକରେ ବହୁ ବିଭାଗର ମୁଖ୍ୟ ଓ ମେଡିକାଲର ଡାକ୍ତରମାନେ ଅନୁପସ୍ଥିତ ଥିବା ଯୋଗୁଁ କମିଟିର ଅନ୍ୟତମ ସଦସ୍ୟ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଅସନ୍ତୋଷ ପ୍ରକାଶ କରି କହିଥିଲେ, ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ଦରମା ନେଇ କଟକ ଓ ଭୁବନେଶ୍ୱରରେ ରହୁଛନ୍ତି । ବୁର୍ଲା ମେଡିକାଲରେ ପ୍ରତି ଦିନ ଡୁ୍ୟଟି କରୁନାହାନ୍ତିି। ଯେଉଁମାନେ ଏହିଠାରେ ରହୁଛନ୍ତି ସେମାନେ ବି ମେଡିକାଲ ଅପେକ୍ଷା ଘରୋଇ ନର୍ସିଂହୋମରେ ଅଧିକ ସମୟ ରହୁଛନ୍ତି। ଏହାକୁ ନେଇ ଘୋର ଉଦ୍ବେଗ ପ୍ରକାଶ କରିଥିଲେ ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ। ଏହା ସହ ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନହେବା ନେଇ ଅବାଶ୍ୟକ ପଦକ୍ଷେପ ନେବାକୁ ବୁର୍ଲା ମେଡିକାଲର ନିର୍ଦେଶକଙ୍କୁ କମିଟିର ସଦସ୍ୟ ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ ବୁର୍ଲା ମେଡିକାଲରେ ଅଧିକାଂଶ ବିଭାଗରେ ଡାକ୍ତରଙ୍କ ଅଭାବ ସହ ମେଡିକାଲରେ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ଥିବା ମେଡିକାଲର ବିଭାଗୀୟ ମୁଖ୍ୟମାନେ ସଦସ୍ୟମାନଙ୍କୁ ଅବଗତ କରିଥିଲେ। ଏହାଛଡା ବୁର୍ଲା ମେଡିକାଲ କଲେଜରେ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ଓ ମରାମତି ନ ହେବା ଯୋଗୁ ପାଠପଢାରେ ବହୁ ସମସ୍ୟା ଉପୁଜୁଛି ବୋଲି ଉପସ୍ଥିତ ବିଭାଗୀୟ ମୁଖ୍ୟ ମାନେ କହିଥିଲେ।

Related story