ରାସ୍ତା କଡ଼କୁ ଓଲଟିଲା ବସ୍‌

ଭଦ୍ରକ(ପାର୍ଥସାରଥୀ ନାୟକ): ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ଆଜି ଭୋରରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିବା ଜଣାପଡ଼ିଛି। ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ବସ୍‌ରେ ୪୮ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।  ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍‌ଟି ବାଲେଶ୍ୱରରୁ ରାତି ପ୍ରାୟ ୪ଟାରେ ବାହାରି ଭୁବନେଶ୍ୱର ଅଭିମୁଖେ […]

bus-1--1

Niharika Rout
  • Published: Wednesday, 19 February 2020
  • , Updated: 19 February 2020, 07:51 AM IST

ଭଦ୍ରକ(ପାର୍ଥସାରଥୀ ନାୟକ): ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ଆଜି ଭୋରରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିବା ଜଣାପଡ଼ିଛି। ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ବସ୍‌ରେ ୪୮ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।  ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବସ୍‌ଟି ବାଲେଶ୍ୱରରୁ ରାତି ପ୍ରାୟ ୪ଟାରେ ବାହାରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ମାତ୍ର ବସ୍‌ଟି ପ୍ରାୟ ଦେଢ ଘଣ୍ଟା ଆସିବା ପରେ ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ରାସ୍ତା କଡ଼ରେ ବାଲି ଗଦା ହୋଇଥିଲା। ବସ୍‌ ଚାଳକ ଏହା ଜାଣି ନ ପାରି ଦ୍ରୁତ ଗତିରେ ଗାଡ଼ିକୁ ନେଉଥିବା ବେଳେ ତାହା ବାଲି ଗଦା ଉପରେ ଚଢ଼ିଯାଇଥିଲା । ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା।

ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ନ ଥିବା ଜଣାଯାଇଛି।

Related story