ବସ୍‌ରୁ ବାହାରିଗଲା ଚକ, ତା’ପରେ …

ଭବାନୀପାଟଣା( ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାରେ ବଡ଼ଧରଣର ବସ୍  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ।  ଗତରାତିରେ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ର ଚକା ବାହାରିଯିବାରୁ ବେଲାମାଲ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ଘଟିଥିଲା। ସୌଭାଗ୍ୟ ବଶତଃ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ।

ତେବେ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାହା ସ୍ପଷ୍ଟ ହୋଇନି। ଯାତ୍ରା ଆରମ୍ଭ କରିବା ଆଗରୁ  ବସ୍‌ର ଚକା ଠିକ୍‌ ଥିଲା କି ନାହିଁ କିମ୍ୱା ତାହା ଚେକ୍‌ କରାଯାଇଥିଲା କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି। ଏଥିପାଇଁ ଯେ ବସ୍‌ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ତାହା ନିଶ୍ଚିତ।