କେବଳ ଗ୍ରୀନ ଜୋନରେ ହିଁ ଚାଲିବ ବସ୍ , ସରକାର ଦେଲେ ଅନୁମତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆଜିଠୁ ଆରମ୍ଭ ହୋଇଥିବାବେଳେ ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡ଼ିକରେ ଯାତ୍ରୀବାହୀ ବସ୍ ଚଳାଚଳ ନିମନ୍ତେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ଆଜି ସୂଚନା ଦେଇ କହିଛନ୍ତି ଯେ, ଗ୍ରୀନ୍ ଜୋନରେ ଯାତ୍ରୀବାହୀ ବସଗୁଡ଼ିକ ନିଜର ସିଟ୍ କ୍ଷମତା ତୁଳନାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଧରି ଚଳପ୍ରଚଳ କରିପାରିବେ। ଏହି ବସ୍ କେବଳ ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡ଼ିକ […]

nbv-1

Tapas Behera
  • Published: Monday, 04 May 2020
  • , Updated: 04 May 2020, 05:29 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆଜିଠୁ ଆରମ୍ଭ ହୋଇଥିବାବେଳେ ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡ଼ିକରେ ଯାତ୍ରୀବାହୀ ବସ୍ ଚଳାଚଳ ନିମନ୍ତେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ଆଜି ସୂଚନା ଦେଇ କହିଛନ୍ତି ଯେ, ଗ୍ରୀନ୍ ଜୋନରେ ଯାତ୍ରୀବାହୀ ବସଗୁଡ଼ିକ ନିଜର ସିଟ୍ କ୍ଷମତା ତୁଳନାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଧରି ଚଳପ୍ରଚଳ କରିପାରିବେ। ଏହି ବସ୍ କେବଳ ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡ଼ିକ ଭିତରେ ଚଳପ୍ରଚଳ କରିବ। ଯଦି ବସ୍ ଚଳପ୍ରଚଳ ମାର୍ଗରେ ଅରେଞ୍ଜ ଜୋନ୍ କିମ୍ବା ରେଡ୍ ଜୋନ୍ ଥିବ ତା’ହେଲେ ସେହି ମାର୍ଗରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିବ ନାହିଁ। ତେବେ ବସ୍ ଚଳାଚଳ ନିମନ୍ତେ ବୈଧ ରୁଟ୍ ପରମିଟ୍ , ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍‌, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍ ଓ ବୀମା ଆଦି ଦସ୍ତାବିଜ ରହିବା ଜରୁରୀ। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟରୁ ଆଜି ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ, ଗ୍ରୀନ୍ ଜୋନରେ ବସ୍ ଚାଲିବା ନେଇ ବ୍ୟବସ୍ଥା ହେଉଛି। ଏ ସଂକ୍ରାନ୍ତ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଗ୍ରୀନ୍ ଜୋନରେ ଉଭୟ ଘରୋଇ ଓ ଅନ୍ୟାନ୍ୟ ବସକୁ କ’ଣ ସୁବିଧା ଦେଇହେବ ତାହା ଉପରେ ସରକାର ବିଚାର କରୁଛନ୍ତି। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳପ୍ରଚଳ କଲେ ବସ୍ ମାଲିକମାନଙ୍କର କ୍ଷତି ହେବ ବୋଲି ଯାହା କୁହାଯାଉଛି, ସେଥିପ୍ରତି ସରକାର ସଚେତନ ଅଛନ୍ତି ଓ ସେମାନଙ୍କର ସୁବିଧା ପଇଁ କ’ଣ କରାଯାଇପାରିବ ସେ ଦିଗରେ ବ୍ୟବସ୍ଥା ଚାଲିଛି ବୋଲି ଶ୍ରୀ ବେହେରା କହିଛନ୍ତି।

Related story