ଘାଟିରେ ଜଳିଗଲା ବସ୍

Ordigital Desk
  • Published: Friday, 08 March 2019
  • , Updated: 08 March 2019, 01:32 PM IST
<p>ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍&zwnj; ଜଳି ଯାଇଛି। ବସ୍&zwnj;ଟି ଜଳି ପୂରା ପାଉଁଶ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କାରଣ ବସ୍&zwnj;ଟିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ।</p> <p>ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କରଞ୍ଜିଆର ସିଙ୍ଗଡ଼ା ଅଞ୍ଚଳରୁ କିଛି ଲୋକ ଏହି ବସ୍&zwnj; ରିଜର୍ଭ କରି ସଦଖିଆ ଭୋଜି ପାଇଁ ବେତନଟୀ ଅଞ୍ଚଳର ଆମ୍ବଯୋଡ଼ାକୁ ଯାଉଥିଲେ। ଡ୍ରାଇଭର ବାଙ୍ଗିରିପୋଷି ଘାଟିରେ ବସ୍&zwnj;ଟିକୁ ରଖି ଦୁଆରଶୁଣି ମନ୍ଦିରକୁ ପୂଜା କରିବାକୁ ଯାଇଥିଲା। ବସ୍&zwnj;ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ତେବେ ବସ୍&zwnj;ଟି ଅଟକିବା ପରେ କିଛି ଯାତ୍ରୀ ଓହ୍ଲାଇ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଆଉ କିଛି ବାହାରେ ବୁଲାବୁଲି କରୁଥିଲେ। ଏହି ସମୟରେ ବସ୍&zwnj;ରୁ ହଠାତ୍ ଧୂଆଁ ବାହାରିଲା। କେହି କିଛି ବୁଝିବା ପୂର୍ବରୁ ବସ୍&zwnj;ଟି ହୁ ହୁ ହୋଇ ଜଳିବାକୁ ଆରମ୍ଭ କରିଥିଲା।</p> <p>(image) ବାଙ୍ଗରିପୋଷିରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ହେଲେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ଏହି ଘଟଣା ପାଇଁ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।</p>

Related story