ବସ୍‌ରେ ଲାଗିଗଲା ନିଆଁ, ହେଲପର ଗୁରୁତର

ଭଦ୍ରକ: ଭଦ୍ରକ ବନ୍ତ ଛକରେ ଗତକାଲି ବିଳମ୍ବିତ ରାତିରେ ଛିଡ଼ା ହୋଇଥିବା ଏକ ବସ୍‌ରେ ନିଆଁ ଲାଗିଯାଇଥିଲା।  ଫଳରେ ବସ୍‌ରେ ଥିବା ହେଲପର ଗୁରୁତର ଆହତ ହୋଇଛନ୍ତି। ବସ୍‌ ଛାତରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା।