ଭଦ୍ରକ (ତପନ ସ୍ୱାଇଁ): ଡମ୍ପର ପଛରେ ପିଟି ହେଲା ବସ୍। ଫଳରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଏ ଘଟଣା ଘଟିଛି ଭଦ୍ରକର ଅସୁରା ଛକ ନିକଟରେ। ଡଲ୍ଫିନ୍ ନାମକ ଏକ ଘରୋଇ ବସ୍ ଗତକାଲି ବିଳମ୍ବିତ ରାତିରେ ପୁରୀରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଅସୁରା ଛକ ନିକଟରେ ଏକ ଡମ୍ପର ପଛରେ ପିଟି ହୋଇଯାଇଥିଲା। ଡମ୍ପରଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ବସ୍ଟି ତା’ ପଛରେ ଧକ୍କା ଦେଇଥିଲା।
ଆହତମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚାରି ଜଣଙ୍କୁ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ଯେଉଁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନେ ହେଲେ ସପନ ଚୌଧୁରୀ ଓ ସିପ୍ରା ଚୌଧୁରୀ। ଏ ଦୁଇ ଜଣ ସ୍ୱାମୀସ୍ତ୍ରୀ। ସେମାନଙ୍କ ଘର ପଶ୍ଚିମବଙ୍ଗର ଟାଳିଗଞ୍ଜ ଅଞ୍ଚଳରେ। ସେହିପରି ଡାକ୍ତରଖାନାରେ ଥିବା ଅନ୍ୟ ଦୁଇ ଆହତଙ୍କ ମଧ୍ୟରେ ଡମ୍ପର ଡ୍ରାଇଭର ବି ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Miscellaneous
ରତ୍ନଭଣ୍ଡାରରେ ନାହିଁ ଗୁପ୍ତ କୋଠରୀ କି ସୁଡ଼ଙ୍ଗ, ମରାମତି ବାଟ ଫିଟିଲା
ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଜିପିଆରଏସ୍ ସର୍ଭେ ରିପୋର୍ଟରୁ ହେଲା ସ୍ପଷ୍ଟ। ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Politics
ରାସ୍ତା ମରାମତି କାମକୁ ନେଇ ତାତିଲେ ନଗର ଉନ୍ନୟନ ମନ୍ତ୍ରୀ
ମୟୂରଭଞ୍ଜ ଜିଲ୍ଲା ଏନଏଚ୍-୪୯ ବାଙ୍ଗିରିପୋଷି ଘାଟିରେ ରାସ୍ତା ମରାମତି କାର୍ଯ୍ୟର ଅଗ୍ରଗତି ହେଉନାହିଁ। PDଙ୍କୁ ଗିରଫ କରି ଜେଲ୍ ପଠାଇବାକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Miscellaneous
ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।